ବୋରଭଟା କ୍ଲଷ୍ଟରସ୍ତରୀୟ ‘ଆମ ସଂସ୍କୃତି ଆମ ଖେଳଣା’ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ବୋରଭଟା କ୍ଲଷ୍ଟର ଅନ୍ତର୍ଗତ କର୍ଲାସୋଡା ପ୍ରାଥମିକ ବିଦ୍ୟାଳୟଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ସାହୁଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି‌ ଚାଲିଥିବା ବୋରଭଟା କ୍ଲଷ୍ଟରସ୍ତରୀୟ ‘ଆମ ସଂସ୍କୃତି, ଆମ ଖେଳଣା’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ୨ଦିନ ଧରି ଆୟୋଜିତ ଏହି କର୍ମଶାଳାରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ମିଶ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜାର୍ଚ୍ଚନା କରିଥିଲେ। ଏଥିରେ ‌ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଟିରେ ଶିକ୍ଷଣ ଉପଯୋଗୀ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ଭୋଲାନାଥ‌ ସାହୁ, ଅଙ୍ଗଦ ମାଝୀ, କପୁରଚନ ବାଗ, ଦୂର୍ଗେଶ୍ବର‌ ଗହିର, ଯୋଗେନ୍ଦ୍ର ମାଝୀ, ଗଣପତି ମେହେର, ରିପୁ ରତେ, କୁରୁପତି ବାଗ, ଶିକ୍ଷୟିତ୍ରୀ ସୁମିତ୍ରା ଭୁଏ, ନିବେଦିତା ଜେନା ପ୍ରମୁଖ ସହଯୋଗ କରିଥିଲେ । ଉଦଯାପନ ଦିବସରେ ବୋରଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟପାଲ ଶବର ଯୋଗଦାନ କରି‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ଏହାକୁ ନିଜ ନିଜ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବାକୁ କହିଥିଲେ । ବରିଷ୍ଠ ଶିକ୍ଷକ ଭୁବନେଶ୍ୱର ଗହିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.