ଜୁନାଗଡ଼ ନିର୍ବାଚନ ମଣ୍ଡଳୀ: କଂଗ୍ରେସ ଟିକେଟ ଦୌଡ, ସର୍ବାଗ୍ରେ ଚିତ୍ତ ରଞ୍ଜନ ନିଆଲ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ମାନଙ୍କର ଟିକଟକୁ ନେଇ ହୃଦସ୍ପନ୍ଦନ ବଢୁଛି । ଏହି କ୍ଷେତ୍ରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଅଶାୟୀ ମାନଙ୍କ ମଧ୍ୟରେ ଜୁନାଗଡ଼ର ଯୁବ ନେତା, ତଥା ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ନିଆଲ ସର୍ବାଗ୍ରେ ଥ‌ିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଛାତ୍ର ଜୀବନରୁ ବିଭିନ୍ନ ସଂଗଠନ ସଂଗୀତ ଜଡିତ ହୋଇ ସାମାଜିକ କାର୍ଯ୍ୟକ୍ରମରେ କ୍ରମାଗତ ସାମିଲ ହୋଇ ଆସୁଛନ୍ତି ଶ୍ରୀ ନିଆଲ । ପ୍ରଦେଶ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଂଚାଇ ଜନସାଧାରଣଙ୍କ ବିଶ୍ବାସ ଭଜନ ହୋଇ ପାରିଛନ୍ତି । ଚାଷୀ ସମସ୍ୟା ହେଉ କି ଶ୍ରମିକ ସମସ୍ୟା ହେଉ କିମ୍ବା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ହେଉ ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସବୁ ବେଳେ ସାମୁହିକ କର୍ଯ୍ୟରେ ତାଙ୍କର ବଲିଷ୍ଠ ଯୋଗଦାନ ରହି ଆସୁଅଛି । ବର୍ତ୍ତମାନ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମାନଙ୍କ ମଧ୍ୟରେ ଚିତ୍ତ ରଂଜନ ନିଆଲଙ୍କ ପ୍ରାର୍ଥୀତ୍ଵକୁ ନେଇ ବିଚାର ବିମସ ସର୍ବାଗ୍ରେ ରହିଛି । ଅନ୍ୟ ପକ୍ଷରେ କଂଗ୍ରେସର ରାଜ୍ୟ ତଥା କେନ୍ଦ୍ରୟୀ ନେତୃତ୍ୱ ମଣ୍ଡଳର ଘନିଷ୍ଠତା ଦେଖ୍ ବିରୋଧ ମଧ୍ୟ ତାଙ୍କ ପ୍ରାର୍ଥୀତୃତାକୁ ଅସହଯ ମନେକରୁଛନ୍ତି । ଯଦି କଂଗ୍ରେସ ଦଳ ଚିତ୍ତରଞ୍ଜନ ନିଆଲକୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ କରେ ତାହେଲେ ସିଙ୍ଘଭାଗ ଅନ୍ୟାନ୍ୟ ପଛୁଆ ବର୍ଗ, ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ବଡ଼ ସମର୍ଥନ ଗୋଟାଇବାରେ ସମର୍ଥ ହେବା ଆଶା ରହିଛି । ତେବେ  ନିର୍ବାଚନରେ କଂଗ୍ରେସ ଚିତ୍ତ ରଞ୍ଜନ ନିଆଲ ନା ଆଉ କାହାକୁ ଟିକେଟ ଦେଉଛି ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.