ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଅନୁକୂଳ୍ଯ ରେ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡାଃ. ସୌମେନ୍ଦ୍ର କୁମାର ମେହେର, ଅଧ୍ୟାପକ ଆଲୋକ କୁମାର ରଥ , ଡିଲେଶ୍ବର ନିଆଲ, ଜୟପ୍ରକାଶ ସାହା ମଞ୍ଚାସୀନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଜାଗୃତ ସମାଜରେ ମତଦାନ ମହତ୍ବ ଓ ଛାତ୍ର ଛାତ୍ରୀ ମାନଙ୍କ ର ଭୂମିକା ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲେ ଓ ଭୋଟର ତାଲିକା ରେ ରେଜିଷ୍ଟ୍ରେସନ କିପରି କରିବେ, ଭୋଟ ଦେବାର ମାଧ୍ୟମ ଓ ସଠିକ ମତଦାନ ଉପରେ ବୁଝାଇଥିଲେ। ସଂଘର ସଂପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ, ଡିଲେଶ୍ବର ପୋଡ, ନିର୍ମାଲ୍ଯ ବାଗ, ସେନପତି ପୋଡ, ସୋନୁ ଛତ୍ରିଆ, ମାୟାଧର ପୋଡ, ଜାମୁଧର ପୋଡ, ମଣ୍ଟୁ ପୋଡ,ପ୍ରିୟାଶୁଂ ପୋଡ, ଜଗ ମୋହନ ବନଛୋର, ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ।