ଭତ୍ତା ଟଙ୍କା ୨୫୦୦ ରୁ ୩୦୦୦ କରିବା ପାଇଁ ‘ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ବାର୍ଦ୍ଧକ୍ଯ, ବିଧବା, ଅବିବାହିତା ଓ ଭିନ୍ନକ୍ଷମମାନଙ୍କୁ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ୫୦୦, ୭୦୦ ଓ ୯୦୦ଟଙ୍କାରେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଥିଲା। ତେଣୁ ରାଜ୍ଯର ବିଭିନ୍ନ ମହଲରୁ ଭତ୍ତା ବ୍ରୁଦ୍ଧି ନିମନ୍ତେ ଦାବି ହେଉଥିବା ବେଳେ ଗତ ୦୨/୦୨/୨୦୨୪ରେ କଳାହାଣ୍ଡି ଜିଲ୍ଲାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଭତ୍ତାଧିକାରୀ ପହଞ୍ଚି ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହିତ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଭତ୍ତା ଟଙ୍କା ୨୫୦୦ ରୁ ୩୦୦୦ଟଙ୍କା କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ତା ପରେ ରାଜ୍ଯ ସରକାର ଗତ ୧୦/୦୨/୨୦୨୪ ରେ ସବୁ ବର୍ଗରେ ମାତ୍ର ୫୦୦ଟଙ୍କା ବ୍ରୁଦ୍ଧି କଲେ ଯାହା ଏହି ମହଙ୍ଗା ଦୁନିଆରେ ଗରିବ ଓ ଅସହାୟମାନେ ମାତ୍ର ୧୦୦୦ଟଙ୍କାରେ ବଞ୍ଚିବେ କେମିତି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରଶ୍ନ କରିବା ସହ ସରକାର ପୁଣି ଥରେ ୧୦୦୦ରୁ ୨୫୦୦ଟଙ୍କା, ୧୨୦୦ ଓ ୧୪୦୦କୁ ୩୦୦୦ଟଙ୍କା କରିବା ଏବଂ ସମସ୍ତ ଭତ୍ତାଧିକାରୀଙ୍କୁ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଗତ ୧୫ ତାରିଖ ଦିନ ଭବାନୀପାଟଣାରେ ସାମ୍ବାଦିକ ସମ୍ମିଳନୀ କରି ଅନୁରୋଧ କରିଥିଲେ। କିଛି ଦିନ ହେଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁ ବୁଲି ବୁଲି ସଚେତନ କାର୍ଯ୍ୟକ୍ରମ କରିବା ସହିତ ଭତ୍ତା ବଢାଇବା ପାଇଁ ଦାବି ଉପସ୍ଥାପନ କରିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ୨୭/୨ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭତ୍ତା ୨୫୦୦ ରୁ ୩୦୦୦ଟଙ୍କା ଦାବି ନେଇ କର୍ଲାମୁଣ୍ଡା ବ୍ଲକ ଅଫିସ୍ ଘେରାଉ କରିବା ସହ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୩ଦଫା ଦାବି ପତ୍ର ପ୍ରଦାନ କରାଯାଇଅଛି । ଏହି ସଭାରେ ସଂଗଠନର ଜିଲ୍ଲା ସଭାପତି ସୁରେଶ ସଂଗ୍ରାମ, ବ୍ଲକ ସଭାପତି ଦଶରଥ ସାହୁ, କ୍ଷିରୋଦ କୁମାର ନାଗ, ମୋହନ ସାହୁ, ନାରୀ ନେତ୍ରୀ ଉମାକାନ୍ତି ସାହୁ, ଟୁକୁରାମ ସାହୁ, କୁମୁଦ ଛତ୍ରିଆ, ଶମ୍ଭୁ ସାହୁ ପ୍ରମୁଖ ନିଜ ନିଜ ମନ୍ତବ୍ୟ ରଖିବା ସହ ବିଭିନ୍ନ ଗାଁରୁ ୧୫୦ରୁ ଉର୍ଦ୍ଧ ହିତାଧିକାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.