ଟ୍ରେନ ଲାଇନରେ କଟି ଯୁବକଙ୍କ ଆତ୍ମହତ୍ୟା, ରେଲୱେ ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ କଅସର ପଡା ରେଲୱେ ଫାଟକ ପାଖରେ ଜଣେ ଯୁବକ ଟ୍ରେନ ଲାଇନରେ କଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ମୃତ ଯୁବକ ସୁରଜ କୁମାର ମହାନନ୍ଦ ଓରଫ ଗୁଡ଼ୁ (୨୨) ଗ୍ରାମ କନ୍ଦକେଲଗାଁ ପଞ୍ଚାୟତ ଋଣୀମହୁଲ ବୋଲି ଜଣାପଡିଛି l ପ୍ରକାଶ ଯେ, ଗତ ସନ୍ଧ୍ୟାରେ ସମ୍ବଲପୁର – ରାୟଗଡ଼ା ଇଣ୍ଟରସିଟି ଟ୍ରେନ ନମ୍ବର ୧୮୩୦୨ ଯୋଗେ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ କଅସର ପଡା ବ୍ରିଜ ଠାରେ ସୁରଜ ନାମକ ଜୈନିକ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି l ଘଟଣା ଖବର ପାଇଁ ବଲାଙ୍ଗୀର ରେଲୱେ ପୋଲିସ ଏଏସଆଇ ହେମନ୍ତ ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱବାଧନରେ କନେଷ୍ଟବଳ କଳାକାର କାଳୁ ପହଂଚି ଶବକୁ ଜବତ କରି କେସ ନଂ ୦୯/୨୪ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ମେଡିକାଲକୁ ପଠାଯାଇଛି l ଏ ନେଇ ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ ସୁରଜ ଏକ କୋଣସି ରୋଗରେ ପୀଡିତ ଥିଲେ ଯାହା ଫଳରେ ଆତ୍ମହତ୍ୟା କରିଥିବା ଏଏସଆଇ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ l ଏ ନେଇ ରେଲୱେ ପୋଲିସ ଘଟଣା ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.