ରୁପ୍ରାରୋଡରେ ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞର ଦ୍ବିତୀୟ ଦିବସ : ହରି କଥା ଶ୍ରବଣରେ ତଲ୍ଲିନ ଭକ୍ତ ମଣ୍ଡଳୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜଗତଗୁରୁ ରାମାନୁଯାଚାର୍ଯ୍ୟ କୃଷ୍ଣାଚାର୍ଯ୍ୟ ଜୀ ମହାରାଜାଙ୍କ ତତ୍ବାବଧାନରେ ଉତ୍ତରାଖଣ୍ଡର ବିଶିଷ୍ଟ ପ୍ରବଚକ ସ୍ବାମୀ ଗୋପାଳାଚାର୍ଯ୍ୟ ଜୀ ମହାରାଜଙ୍କ ଦ୍ବାରା ରୁପ୍ରାରୋଡରେ ଚାଲିଛି ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞ। ଶୁକ୍ରବାର ଦ୍ବିତୀୟ ଦିବସରେ ସ୍ବାମୀ ଗୋପାଳାଚାର୍ଯ୍ୟ ଜୀ ମହାରାଜାଙ୍କ ଦ୍ବାରା ପରିବେଷିତ ପରମ ପବିତ୍ର ହରି କଥା ଶୁଣି ବିଭୁ ଭକ୍ତିରେ ତଲ୍ଲିନ ହୋଇ ଉଠିଛନ୍ତି ଭକ୍ତ ମଣ୍ଡଳୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଖେତାନ ରାଇସ ମିଲ ପରିସରରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଗୁରୁବାର ଠାରୁ ଚାଲିଥିବା ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞ ଶୁକ୍ରବାର ଦ୍ବିତୀୟ ଦିବସରେ ପହଞ୍ଚିଛି। ଶ୍ରୀମଦ୍ ଭାଗବତ କଥା ଶ୍ରବଣ କରିବାପାଇଁ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହୁଛନ୍ତି। ଏହି ଜ୍ଞାନ ଯଜ୍ଞ ମାର୍ଚ୍ଚ ୮ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ ରୁ ୬ ପର୍ଯ୍ୟନ୍ତ ଚାଲିବ। ଦେବ ଦୁଲ୍ଲଭ ଏହି ଭାଗବତ କଥା ଶ୍ରବଣ କରିବା ପାଇଁ ସପରିବାର ଆସିବାକୁ ଆୟୋଜକ ରୁପ୍ରାରୋଡ ଖେତାନ ପରିବାର ପକ୍ଷରୁ ସମସ୍ତଙ୍କୁ ବିନିତ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.