ଦେଶଠାରୁ ବଡ କିଛି ନାହିଁ ଏହା ଖେଳାଳିମାନେ ବୁଝିବା ଉଚିତ -କପିଳ ଦେବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କ ଉପରେ ବିସିସିଆକୁ କାର୍ଯ୍ୟାନୁଷ୍ଠାନ ଭାରତର ପୂର୍ବତନ ବିଶ୍ୱବିଜେତା ଅଧିନାୟକ କପିଳ ଦେବ ପ୍ରଶଂସା କରିଛନ୍ତି । ଏହି ପଦକ୍ଷେପ ନିଶ୍ଚିତ ଭାବେ ଖେଳାଳିଙ୍କୁ କଷ୍ଟ ଦେବ ଏହା ସତ୍ୟ । ମାତ୍ର ଦେଶଠାରୁ ବଡ କିଛି ନାହିଁ ଏହା ଖେଳାଳିମାନେ ବୁଝିବା ଉଚିତ । ଘରୋଇ କ୍ରିକେଟକୁ ବିିସିସିଆଇ ଗୁରୁତ୍ୱ ଦେବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ନିକଟରେ ବିସିସିଆଇ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏଥିରେ ଏହି ଦୁଇ ଖେଳାଳିଙ୍କୁ ବାଦ ଦିଆଯାଇଛି । ପୂର୍ବରୁ ରଣଜୀ ଟ୍ରଫି ନ ଖେଳି ଈଶାନ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଶ୍ରେୟାଶ ଫିଟ ଥିବା ସତ୍ୱେ ନିଜକୁ ଅନଫିଟ ଘୋଷିତ କରିଥିଲେ । ଆନ୍ତର୍ଜାତୀୟସ୍ତରର କ୍ରିକେଟ ଖାଲି ସମୟରେ ନିଜ ରାଜ୍ୟ ପକ୍ଷରୁ ଖେଳିବା ଉଚିତ ବୋଲି କପିଳ କହିଛନ୍ତି । ଅବଶ୍ୟ ଜଣେ, ଦୁଇଜଣ ଖେଳାଳି ବିସିସିଆଇ କାର୍ଯ୍ୟାନୁଷ୍ଠାନରୁ ବର୍ତିଗଲେ । ଅବଶ୍ୟ ସେମାନେ ଏଥର ଏ ନେଇ ଯତ୍ନବାନ ହେବେ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.