ନର୍ଲା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାନୀୟ ଜଳ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ନୂତନ ସଭାଗୃହ ଠାରେ ସମିତିର ଚତୁର୍ଥ ବୈଠକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡିଓ ରିପୁନାଥ ସୁନା, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସେକସନ ଅଫିସର ଦିଗ ପଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ବିଷୟ ଓ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ । ପ୍ରଥମେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନର୍ଲା ଜିପିଇଓ ଶ୍ରୀ ନାଏକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ଏଥିରେ କୃଷି ବିଭାଗ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର କୃଷି ବିଭାଗରେ ରହିଥିବା ରାଜ୍ୟ ସରକାରଙ୍କର ବର୍ତ୍ତମାନର ନୂତନ ଯୋଜନା ଗୁଡିକ ଉପରେ କହିଥିଲେ । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ବିଷୟରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ସ୍ୱାସ୍ଥ୍ୟସେବା ଓ ନର୍ଲା ଡାକ୍ତରଖାନାରେ ରହିଥିବା କେତେକ ସମସ୍ୟା ଗୁଡିକ ଉପସ୍ଥାପନ କରିଥିଲେ । ନୂଆ ନଳକୂଅ, ପାନୀୟ ଜଳ ପରିଚାଳନାର ସମସ୍ୟା ଓ ଏହାର ଆସୁ ସମାଧାନ ବିଷୟରେ ନର୍ଲା ସ୍ୱଚ୍ଛ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଉପସ୍ଥାପନ କରିଥିଲେ । ଏଥିରେ ଲାଇନ ବିଭାଗ ଗୁଡିକ ମଧ୍ୟରେ ଉଦ୍ୟାନ ବିଭାଗ ଏଏଚଓ ମଧ୍ୟ ଉପସ୍ଥିତ ଥିଲେ । ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳି ମାଝୀ, ବାଗପୁର ସମିତି ସଦସ୍ୟା କୁନି ମହାନନ୍ଦ, ଗାଡେବନ୍ଧ ସମିତି ସଦସ୍ୟା ସୁଜାତା ସାହୁ, ମୁସ୍କୁଟି ସମିତି ସଦସ୍ୟ ବୀର ପାତ୍ର, ସରିଆଁ ସମିତି ସଦସ୍ୟ ଭାସ୍କର ଭୋଇଙ୍କ ସମେତ ଅନେକ ସମିତି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ସେହିଭଳି ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମ ଲୋଚନ ଜାଲ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଗିଗିନା ସରପଞ୍ଚ ସୁଧାମୟୀ କୁମାର, ରୁପ୍ରା ସରପଞ୍ଚ ଡଲି ବେହେରା, ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ସମେତ ଅନେକ ସରପଞ୍ଚ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସୁଚିନ୍ତିତ ମତାମତ ଦେଇଥିଲେ । ସେକସନ ଅଫିସର ଶ୍ରୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ଜିପିଇଓ ଦାଇତ୍ୱରେ ରହିଥିବା ନର୍ଲା ପିଇଓ ରବି ନାଏକ ମଞ୍ଚ ସଂଯୋଜନା କରିଥିଲେ । ସିପି ଭୋଳାନାଥ ଦାସ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ସହକାରୀ ଯନ୍ତ୍ରୀ ଶ୍ରୀ ମହାଳି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ବିଡିଓ ଶ୍ରୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.