‘ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କିମ୍ବା ତାଙ୍କ ପୁଅଙ୍କୁ ଦଳୀୟ ଟିକେଟ ଦେଲେ ସମୂହ ଇସ୍ତଫା ଦେବୁ’

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲାରେ ଜର୍ମକର୍ତ୍ତାମାନଙ୍କୁ ଅଣଦେଖା କରିବା ଓ ଅନ୍ୟାନ୍ୟ ଅଭିଯୋଗ ଆଣି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମକର୍ତ୍ତା। ଶନିବାର ମୂର୍ତ୍ତିକା ସଂରକ୍ଷଣ ବିଭାଗ ସଭାଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ଜିଲା ସଭାପତି ମନୋଜ କୁମାର ମିଶ୍ର, ଦଳର ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ, ଜିଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲା ପରିଷଦ ସଦସ୍ୟ ତଥା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝି, ଜିଲା ସମ୍ପାଦକ ହେମନ୍ତ କର, ଶବର ସମାଜ ସଭାପତି ବିହାରୀ ଲାଲ ବିଶ୍ଵାଳ, ସରପଞ୍ଚ ସଂଘ ଜିଲା ସଭାପତି ପ୍ରେମଲାଲ ନାଏକ, ମୁଶିବ ଖାନ, ଅଶୋକ ଦେବାଙ୍ଗନ ପ୍ରମୁଖ ଉପସ୍ଥିତ ହୋଇ ମନ୍ତ୍ରୀ ଢୋଇକିଆଙ୍କୁ କଡା ସମାଲୋଚନା କରିଥିଲେ। ସେମାନେ କହିଛନ୍ତି ଯେ, ବିଭିନ୍ନ ଘୋଟାଲାରେ ଲିପ୍ତ ଥିବା ମନ୍ତ୍ରୀ ଢୋଲକିଆ ଓ ତାଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପାର୍ଟି ଟିକେଟ ଦେଲେ ସମୂହ ଇସ୍ତାଫା ଦେବୁ। ଜିଲାରେ ସରକାରୀ ହେଉ ବା ବେସରକାରୀ ଚାକିରୀ ନିଯୁକ୍ତି ମନ୍ତ୍ରୀଙ୍କ ଇସାରାରେ ଚାଲିଛି। ବିଭିନ୍ନ ଘୋଟାଲାରେ ଛନ୍ଦି ହୋଇଥିବା ମନ୍ତ୍ରୀ କିମ୍ବା ତାଙ୍କ ପୁତ୍ର ଜୟ ଢୋଇକିଆଙ୍କୁ ଚଳିତ ନିର୍ବାଚନରେ ଦଳୀୟ ଟିକେଟ ଦିଆ ନ ଯାଉ ବୋଲି ସଭାପତି ଶ୍ରୀ ମିଶ୍ର ଖବରଦାତା ସମ୍ମିଳନୀରେ କହିଛନ୍ତି। ଏ ସଂକ୍ରାନ୍ତରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପଚାରିବାରୁ, ଦଳୀୟ କର୍ମୀମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ ଭିତ୍ତିହୀନ, ମିଛ ଏମାନେ ଗୋଟିଏ ଗୋଟିଏ ଆଶାୟୀ ପ୍ରାର୍ଥୀ ଟିକେଟ ପାଇଁ ଆବେଦନ କରିଥିଲେ। ଟିକେଟ ଦେବା ପାର୍ଟିର ନିଷ୍ପତ୍ତି, ମୋର ନୁହେଁ। ଯାହା ଆରୋପ ପ୍ରତ୍ୟାରୋପ ଆଣିଛନ୍ତି, ତାହା ବହୁତ ଶୀଘ୍ର ଭୋଟର ଜବାବ ଦେବେ ବୋଲି ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଢୋଲକିଆ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.