କାଣିଗୁମା ଠାରେ କ୍ରୀଡା ଉପକରଣ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ଗ୍ରାମ ପଞ୍ଚାୟତର ୧୬ ଖଣ୍ଡ ଗ୍ରାମର ଯୁବକ ସଂଘ ତଥା ଯୁବ ଖେଳାଳି ମାନଙ୍କୁ ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଛି। କାଣିଗୁମା ପଞ୍ଚାୟତର କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସ୍ଥାନୀୟ ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ଆମ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବଦ୍ରି ନାରାୟଣ ପଟ୍ଟନାୟକ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଟୁନି ଖୋସଲା(ଦୁରିଆ),ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନି,ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ କୁମାର ପଟେଲ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ୟାସୀ ନାୟକ,ଗ୍ରାମ ରୋଜଗାର ସେବକ ଶ୍ରୀ ମିତ୍ରବରୁଣ ସିଂହ,ଶ୍ରୀ ସରୋଜ ମୁଣ୍ଡଛିନା, ଶ୍ରୀ ବ୍ରହ୍ମା ଦୁରିଆ ସମେତ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତି ରହିଥିଲେ।ଉପସ୍ଥିତ କାଣିଗୁମା ଗ୍ରାମ ପଞ୍ଚାୟତର ୧୬ ଖଣ୍ଡ ଗାଁର ଯୁବ ଖେଳାଳିଙ୍କୁ ବିଧାୟକ ଶ୍ରୀ ଦିଶାରୀ ଏବଂ ଅନ୍ୟ ଅତିଥି ମାନେ ଖେଳ ସାମଗ୍ରୀ ପ୍ରଦାନ କରି ଉତ୍ସାହିତ କରିଥିଲେ l ଯେଉଁଥିରେ କ୍ରିକେଟ, ଭଲି ବଲ୍,ଫୁଟବଲ୍ କ୍ୟାରମ ଭଳି ବିଭିନ୍ନ ଖେଳ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ରହିଛି। ‘ଆମ ଓଡିଶା ନବୀନ ଓଡିଶା’କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମସ୍ତ ପଞ୍ଚାୟତକୁ ଯେଉଁ ୫୦ ଲକ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଞ୍ଚଳର ବିକାଶ ନିମନ୍ତେ ଦେଇଛନ୍ତି ସେଥି ମଧ୍ୟରୁ ବିଭିନ୍ନ କ୍ରୀଡ଼ାର ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ୫୦ ହଜାର ଟଙ୍କାର ଖେଳ ଉପକରଣ ବଣ୍ଟନ କରାଯିବାର ପ୍ରାବଧାନ ରହିଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.