ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶତାଧିକ ମହିଳା କର୍ମୀ ଓ ବିଜେଡି ନେତା କୋମନା ନଗର ପରିକ୍ରମା କରିଥିଲେ | କୋମନା ବ୍ଲକ ସଭାପତି କ୍ଷମା ସିଂ ନିଆଲଙ୍କ ଅଧକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମୁରଲୀ ଭୋଇ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ନମିତା ପ୍ରଧାନ, ସସ୍ମିତା ଗଡ଼ତିଆ ବିଜେଡି ନେତା ହରିକେଶ ଜାଲ, ଗୁପ୍ତେଶ୍ୱର କୁମ୍ଭାର, ସନ୍ତୋଷ ସୁପକାର, ସଞ୍ଜୟ ପ୍ରଧାନ, ଗଦାଧର ଗହୀର, ବୀରେନ୍ଦ୍ର ପ୍ରଧାନ, ଅଜୟ ଗହୀର,ହରିଶ ଅହୀର, ପ୍ରଦୀପ ଦଳପତି, ମନିସ ଦୁବେ, ବ୍ରହ୍ମ ଶୁନାନୀ, ହେମନ୍ତ କୁମ୍ଭାର, ଶୋଭାରମ ମଜଗି, ଉପାସୁ ସୁନାନୀ, କୃଷ୍ଣ ବେମାଲ, ଯୁଗଳ ସାହୁ ମୁସ୍ତଫା ଖାନ ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ଏବଂ ୧୦୮ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ସ୍ୱତନ୍ତ୍ର ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଗାଁ କୁ କାମ ମହିଳାଙ୍କୁ ସମ୍ମାନ ଏବଂ ମହିଳାଙ୍କ ପାଇଁ ଶତକଡା ୫୦ ଭାଗ ସଂରକ୍ଷଣ ବିଚାର କରି କାର୍ଯ୍ୟକାରୀ କରିଥିବା ବିଜେଡି ସରକାରଙ୍କ ହାତମୁଠାକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଅତିଥି ଆହ୍ବାନ କରିଥିଲେ | ନୂଆପଡା ଓ ଖରିଆର ରୋଡ ଏନ.ଏ.ସି ପରେ ବିଜେଡି ପକ୍ଷରୁ ଏହା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ତୃତୀୟ ମହିଳା ସମାବେଶ କରିଛି | ଏହି ମହିଳା ସମାବେଶରେ ଆଖପାଖ ଅଂଚଳର ଶତାଧିକ ମହିଳା ସାମିଲ ହୋଇଥିଲେ |