ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଜୁଳୁମର ପ୍ରତିବାଦ: ବିସ୍ଥାପିତଙ୍କ ଗଣ ବିକ୍ଷୋଭ ଓ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବେଦାନ୍ତ ପାଇଁ ଘର ଗଲା, ଜମି ଗଲା। ସମସ୍ତକୁ ସର୍ବହରା କରିଦେଲା ବେଦାନ୍ତ କମ୍ପାନୀ। ଅଞ୍ଚଳବାସୀଙ୍କୁ ବିକାଶର ସ୍ବପ୍ନ ଦେଖାଇ ବିନାଶ କରୁଛି ବେଦାନ୍ତ କମ୍ପାନୀ। ଅଭିଯୋଗ ପରେ ଅଭିଯୋଗ କଲେ କର୍ଣ୍ଣପାତ କରୁ ନାହାନ୍ତି ବେଦାନ୍ତ କତୃପକ୍ଷ। ବନ୍ଧଗୁଡା, କୋଟଦ୍ଵାର ଅଞ୍ଚଳରେ ଥିବା ଆଦିବାସୀଙ୍କ ଜମିକୁ ଶାଗ, ମାଛ ଦରରେ କିଣି ନେଇ ବର୍ତ୍ତମାନ ସେମାନଙ୍କୁ ଅଣ ଦେଖା କରୁଚି କମ୍ପାନୀ। ଗୁଣ୍ଡା ଓ ପୋଲିସ ଲଗାଇ ଗାଁ ଛାଡି ଚାଲିଯିବାକୁ ଧମକ ଦିଆଯାଉଛି। ତେବେ ବେଦାନ୍ତ କମ୍ପାନୀର ଏହି ଜୁଳୁମକୁ ସହିନପାରି ରାଜ ରାସ୍ତାରେ ଗର୍ଜନ ଛାଡ଼ିଛନ୍ତି ଆଦିବାସୀ। ବେଦାନ୍ତର ଏକ ଛତ୍ରବାଦ ଶାସନର ପ୍ରତିବାଦରେ ପାରିପାର୍ଶ୍ବିକ ଅଞ୍ଚଳବାସୀ ବନ୍ଧଗୁଡା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କମ୍ପାନୀ ବିରୋଧରେ ନାରାବାଜି କରିଛନ୍ତି। ୨୦୦୩ମସିହାରେ ବେଦାନ୍ତ କମ୍ପାନୀ ସ୍ଥାପନ ପାଇଁ ବନ୍ଦଗୁଡା ଓ କୋଟଦୁଆର ଅଞ୍ଚଳରେ ଥିବା ଆଦିବାସୀଙ୍କ ଜମି ଓ ଘରକୁ ନେଇ ଯାଇଥିଲା କମ୍ପାନୀ। ଆଦିବାସୀଙ୍କୁ କିଛି ପରିମାଣରେ କ୍ଷତପୂରଣ ଦେଇ ଚାକିରୀ ଦେବାର ପ୍ରଲୋଭନ ଦେଖାଇଥିଲା ହେଲେ ଆଜି ଯାଏଁ ତାହାପୂରଣ ହୋଇନାହିଁ। ସେମାନଙ୍କୁ ବିସ୍ଥାପିତ କରିବା ପରେ ଏକ କଲୋନୀ ନିର୍ମାଣ କରି ଏକ ୪୫୦ବର୍ଗମିଟର ଘର ଦେଇ କାମ ସାରିଦେଇଛି କମ୍ପାନୀ ହେଲେ ସେହି ଘରରେ ରହିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ। ବେଦାନ୍ତ କମ୍ପାନୀ ପାଖରେ ନିଜ ଭିଟାମାଠି ଟେକିଦେଇ ସର୍ବହାର ହୋଇଛନ୍ତି ଆଦିବାସୀ। ବାରମ୍ବାର ତହସିଲଦାର, ଜିଲ୍ଲା ପ୍ରଶାସନ ତଥା ଆରଡ଼ିସି ପାଖରେ ଅଭିଯୋଗ କରାଯାଉଛି ହେଲେ ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛନ୍ତି ଜିଲ୍ଲା ପ୍ରଶାସନ। ବେଦାନ୍ତର ଏହି ଜୁଳୁମକୁ ନେଇ ଆଜି ଆଦିବାସୀ ଏକତା ଜାଗି ଉଠିଛି। ନିଜର ହକ ଓ ନ୍ୟାର୍ଯ୍ୟ ଦାବି ପାଇଁ ବନ୍ଦଗୁଡ଼ା ଠାରୁ ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟଳୟ ଦୀର୍ଘ ୬୦କିଲୋମିଟର ପଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି କମ୍ପାନୀ ପାରିପାର୍ଷିକ ଅଞ୍ଚଳରେ ଥିବା ଆଦିବାସୀ। ସୋମବାର ଆଦିବାସୀ ନେତା ସୁରେଶ ମାଝୀଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହାରି ଥିବାବେଳେ ମଙ୍ଗଳବାର ଏହି ପଦଯାତ୍ରୀ ଦଳ ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ତେବେ ଆଗକୁ ଦେଖିବାର ବାକି ରହୁଛି ଆଦିବାସୀଙ୍କ ଗୁହାରି ଜିଲ୍ଲା ପ୍ରଶାସନ ଓ ବେଦାନ୍ତ କର୍ତ୍ତୃପକ୍ଷ କେବେ ଶୁଣୁଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.