ମୂଷାନାଲ ବନ ବିଭାଗ ପକ୍ଷରୁ ଦିନିକିଆ ଛତୁଚାଷ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ମୂଷାନାଲ ସେକ୍ସନ କାର୍ଯ୍ୟାଳୟ ଠାରେ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ଅଧକ୍ଷତାରେ ଛତୁଚାଷ ପାଇଁ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଞ୍ଚଟି ଭି.ଏସ.ଏସ୍ ର ୧୦୦ ଜଣରୁ ଉର୍ଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦିନିକିଆ ଛତୁଚାଷ ତାଲିମ ପ୍ରଦାନ ଯାଇଥିଲା। ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଉମାକାନ୍ତ ମହାନ୍ତି ଛତୁଚାଷ ଉପରେ ଉପସ୍ଥିତ ମହିଳା ମାନଙ୍କୁ ପ୍ରାଞ୍ଜଳ ଭାବରେ ପ୍ରଶିକ୍ଷଣ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରରେ ଛତୁଚାଷର ଉପକାରିତା ବୁଝିବା ପରେ ଉକ୍ତ ମହିଳା ମାନେ ଛତୁଚାଷ କରିବା ପାଇଁ ଖୁସି ବ୍ୟକ୍ତ କରିଥିଲେ ଓ ଉକ୍ତ ଛତୁଚାଷ କରି ନିହାତି ଭାବେ ମହିଳା ମାନଙ୍କୁ ରୋଜଗାର ଯୋଗାଇ ଦେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବେ ବୋଲି ଏସ୍.ଇ.ଏଫ୍ ନରୋତ୍ତମ ମାଝୀ ମତପ୍ରକାଶ କରିଥିଲେ। ଆମ ଜଙ୍ଗଲ ଯୋଜନା ଟିମ ଲିଡ଼ର ନିରାକାର ଦାସ, ଅମୀୟ ତ୍ରିପାଠୀ ଡି.ଓ ଉଦିତ ନାଏକ, ସନ୍ତୋଷ କୁମାର ମାଝୀ, ତୁଲାରାମ ନିଆଳଙ୍କ ସମେତ ପାଇକବୋରି, କନ୍ଧବୋରି, ସୋରଗୁଡ଼, ତଳଦମାଘାଟି, ଗୋଇଚର୍ଚ୍ଚା ଭି.ଏସ୍.ଏସ୍ ରୁ ୧୦୦ ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.