ଭାରତୀୟ କୁସ୍ତି ମହାସଂଘ ଉପରୁ ହଟିଲା ବ୍ୟାନ୍‌

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌  ଘୋଷଣା କରିଛି – ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ) ଉପରୁ ବ୍ୟାନ୍‌ ହଟେଇ ଦିଆଯାଇଛି । ଏହା ସହ ଭାରତୀୟ କୁସ୍ତି ମହାସଂଘ ପାଇଁ ଗଠନ କରିଥିବା ଆଡ୍‌ ହକ୍ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଦ୍ୱାରା ଡବ୍ଲୁଏଫଆଇ ଉପରେ ଲଗାଯାଇଥି ବାବ୍ୟାନ୍‌କୁ ହଟାଇବା ଏବଂ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ନିଯୁକ୍ତ ଆଡ୍ ହକ୍ କମିଟି ଦ୍ୱାରା ତଦାରଖ କରାଯାଉଥିବା ଚୟନ ପରୀକ୍ଷଣର ସଫଳ ସମାପ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ନିଲମ୍ବିତ ରେସଲିଂ ଫେଡେରସନ୍‌ର କାମ ତଦାରଖ କରିବା ପାଇଁ ଆଇଓଏ କାମ ଚଳା କମିଟି ତଥା ଆଡ ହକ୍‌ ପ୍ୟାନେଲ ଗଠନ କରିଥିଲା । ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରାଯାଇଥିଲା। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ ହୋଇଥିଲା । ତେବେ ଡବ୍ଲୁଏଫ୍‌ଆଇର କାମ ତଦାରଖ କରିବା ପାଇଁ ଏହି କମିଟିର ଆଉ କୌଣସି ଆବଶ୍ୟକତା ନାହି । ଗତବର୍ଷ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଚୟ ସିଂହ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହାକୁ ନେଇ କୁସ୍ତି ଯୋଦ୍ଧାମାନେ ଜୋରଦାର ବିରୋଧ କରିଥିଲେ । ଆଉ ପରେ ଭାରତୀୟ କୁସ୍ତି ମହାସଂଘକୁ ବ୍ୟାନ୍‌ କରଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.