ନିର୍ମାଣଧୀନ ରାସ୍ତାରେ ଭୁର୍ଷାଗୁଡାକୁ ସଂଯୋଗ ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ମାଝୀଗୁଡା ଛକଠାରୁ ଖଲିଗଡକୁ ସଂଯୋଗ କରୁଥିବା ନିର୍ମାଣଧୀନ ରାସ୍ତାରେ ଭୁର୍ଷାଗୁଡା ବାଦ୍ ପଡ଼ିଛି। ଏନେଇ ଭୁର୍ଷାଗୁଡା ଗ୍ରାମବାସୀ ସୋମବାର ଧର୍ମଗଡ ରାସ୍ତା ଓ କୋଠା ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସୂଚନା ଅନୁସାରେ, ପୁର୍ତ୍ତ ବିଭାଗ ଦ୍ବାରା ମାଝିଗୁଡା- ଖଲିଗଡ଼ ରାସ୍ତା କାର୍ଯ୍ୟ ଚାଲିଥିଲାବେଳେ କୋକସରାଠାରୁ ମାଝୀଗୁଡା ଭାୟା ମହିମା, ଭୁର୍ଷାଗୁଡା, ଘଣ୍ଟିଗୁଡା ଦେଇ ଖଲିଗଡ଼କୁ ଏହି ରାସ୍ତା ସଂଯୋଗୀକରଣ ସ୍ଥାନିତ ହୋଇଥିବା ଜଣାପଡିଛି। ତେବେ ଏହି ରାସ୍ତା ମହିମାଠାରୁ ଘଣ୍ଟିଗୁଡା ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଫଳରେ ଭୁର୍ଷାଗୁଡା ଏଥିରୁ ବାଦ ପଡିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଆଜି ପୁର୍ତ୍ତ ବିଭାର କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରାଙ୍କୁ ଭୁର୍ଷାଗୁଡା ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଉକ୍ତ ରାସ୍ତାର ସଂଯୋଗୀକରଣ ଭୁର୍ଷାଗୁଡା ଦେଇ କାର୍ଯ୍ୟକାରୀ ହେବା ଯଥାର୍ଥତା ରହିଛି। ତେଣୁ ମାଝିଗୁଡା ଭାୟା ମହିମା, ଭୁର୍ଷାଗୁଡା, ଘଣ୍ଟିଗୁଡା ଦେଇ ଖଲିଗଡ଼କୁ ସଂଯୋଗ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ରାଜମୋହନ ଧ.ମାଝୀ, ଔରତ ମାଝୀ, ବନମାଳୀ ମାଝୀ, ଶିବାନ ମାଝୀ, କ୍ଷୀରୋଦ କୁମାର ନାଏକ, ଦୈତାରୀ ମାଝୀ, ସେନାପତି ନିଆଲ, ଗୋବର୍ଦ୍ଧନ ନାଏକ, ଧନସେ ମାଝୀ, ଜଗଦିଶ କୋଚିଆ, ଡମ୍ବରୁଧର ନାଏକ, ଲବ ମାଝୀ, ଅଶୋକ କୁମାର ନାଏକ, ତିଳ ଧ.ମାଝୀ, ଚୂଲେଶ୍ୱର ମାଝୀ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.