ଏପଟେ ସାମ୍ବାଦିକ ସମ୍ମିଳନୀ ସେପଟେ ସୋସିଆଲ ମିଡ଼ିଆରେ ଯୁବ ସଭାପତିଙ୍କ ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଶିବିରରେ ଗୋଷ୍ଠୀ କନ୍ଦଳ ଶାନ୍ତ ହେବାର ନାଁ ନେଉନି | ମଙ୍ଗଳବାର ଦିନ ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ କେବିନେଟ ପାହ୍ୟା ମନ୍ତ୍ରି ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥନରେ ବିଜେଡିର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀ କରି ଦଳ ବିରୋଧୀ କାର୍ଯ୍ୟ କରୁଥିବା କିଛି ଶୀର୍ଷ ନେତୃବୃନ୍ଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶୋଭାଯାତ୍ରା କରି ଏକ ଦାବିପତ୍ର ଗଣମାଧ୍ୟମ ଜରିଆରେ ଦଳ ସୁପ୍ରିମୋଙ୍କୁ ଜଣାଇବା ପାଇଁ ନିଷ୍ପତି ନେଇଥିବା ବେଳେ ଏପଟେ ଜବାବରେ ମନ୍ତ୍ରୀ ଢୋଲକିଆଙ୍କ ଦୁର୍ନୀତି ଅଭିଯୋଗ କରୁଥିବା ବିରୋଧୀ ବିଜେଡି ନେତୃବୃନ୍ଦ ମଧ୍ୟରୁ ଯୁବ ସଭାପତି ହରିଶ ଚନ୍ଦ୍ର ପଣ୍ଡା ନିଜର ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି | ଯାହାକି ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୁରି ବୁଲୁଛି | ଉକ୍ତ ଭିଡିଓରେ ଶ୍ରୀ ପଣ୍ଡା ଆସନ୍ତା ୨୨ ତାରିଖ ଶୋଭାଯାତ୍ରା ଓ ବିଜେଡିର କାର୍ଯ୍ୟକ୍ରମର ସାମିଲ ହେବାପାଇଁ ସମସ୍ତ ବିଜେଡି ନେତା ତଥା କର୍ମୀଙ୍କୁ ଆହ୍ବାନ କରି ଦୁର୍ନୀତି ଗ୍ରସ୍ତ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କୁ ମଞ୍ଚରୁ ବିରୋଧ କରିବେ | ଏବଂ ମାନ୍ୟବର ନବୀନ ପଟ୍ଟନାୟକ ଆମର ସମସ୍ତଙ୍କର ହୃଦୟର ଅଛନ୍ତି ବିଜେଡି ଦଳ ପାଇଁ ୨୪ ଘଣ୍ଟା ଆମେ କାମ କରିବୁ ବୋଲି ପ୍ରକାଶ କରିଛନ୍ତି | ଏହା ସହିତ ଅନ୍ୟ ଏକ ଭିଡିଓର ଯୁବ ସଭାପତିଙ୍କ ନିଜର ଅସ୍ଥାୟୀ କାର୍ଯ୍ୟାଳୟର ଯୁବ ବୋଡେ଼ନ ବ୍ଲକ ସଭାପତି ଦିଗପାଲ ନାଗ ଖରିଆର ରୋଡର ହୋଇଥିବା ମନ୍ତ୍ରୀ ଢ଼ୋଲକିଆଙ୍କ ସମର୍ଥନର ସାମ୍ବାଦିକ ସମ୍ମିଳନୀ ହେଉଥିବାର ଆମ ପାଖରେ କୌଣସି ସୂଚନା ନ ଥିଲା ଓ ଆମେ ସବୁବେଳେ ଯୁବ ସଭାପତି ହରିଶ ଚନ୍ଦ୍ର ପଣ୍ଡାଙ୍କ ସହିତ ରହିଛୁ ଓ ରହିବୁ ବୋଲି ପ୍ରକାଶ କରିଛନ୍ତି | ତେବେ ନୂଆପଡା ନିର୍ବାଚନ ମଣ୍ଡଳୀର ବିଜେଡିର ଗୋଷ୍ଠୀ କନ୍ଦଳ ଘରୁ ବାହାରି ଦାଣ୍ଡରେ ପଡିଅଛି | ଏହାକୁ ଦଳ ସୁପ୍ରିମୋ ଏବଂ ଜନସାଧାରଣ କିପରି ଗ୍ରହଣ କରି ନିଷ୍ପତି ନେବେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ତାହା ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.