ବିଜେଡିକୁ ବଦନାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର, ନଚେତ ସାମୁହିକ ଇସ୍ତଫା ଦେବୁ -ରାଜେଶ ନିଗମ

ସାମ୍ବାଦିକ ସମ୍ମିଳନୀ କଲେ ମନ୍ତ୍ରୀଙ୍କ ସମର୍ଥିତ ବିଜେଡି ନେତା ଓ କର୍ମୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହର ସାହୁ ଭବନ ଠାରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ନିଗମଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଭଗତ ମାଝୀ, ବିଜେଡି ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ସମ୍ପାଦକ କାଳିଆ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀ ଭୋଇ, ଉମା ଠାକୁର, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦୀଲିପ ନିର୍ମଳାକର, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ବିଜେଡି ଜିଲ୍ଲା ଉପ ସଭାପତି ସଞ୍ଜୟ ପ୍ରଧାନ, ଧନିରାମ ସାହୁ, ନୂଆପଡା ବ୍ଲକ ସଭାପତି ରମାକାନ୍ତ କ୍ଷତ୍ରିୟ, କୋମନା ବ୍ଲକ ସଭାପତି କ୍ଷମା ସିଂ ନିଆଲ, ଛାତ୍ର ଜନତା ଦଳ ସଭାପତି ଅମିତ ସିଂ ଦେଓ, ଯୁବ ନେତା ମନମିତ ଗୁରୁଦତ୍ତା, ରବି ବାଗ, ମୋଇନ ଖାନ, ଚମନଲାଲ ମାଝୀ, ବିଜେଡି ନେତା ଚନ୍ଦ୍ରକାନ୍ତ ଠାକୁର, ନିଲକମଲ ଚନ୍ଦ୍ରକାନ୍ତ, ଗୁପ୍ତେଶ୍ୱର କୁମ୍ଭାର, ପ୍ରମୋଦ ସାହୁ, ଦେବେନ୍ଦ୍ର ରାଉତ, ମନୋଜ ଦୀପ, ଶେଖର ଜୈନ, ରାଜୁ ଚୌହାନ, ସୁନୀଲ ତିୱାରୀ, ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କିଛି ନିର୍ଦ୍ଧିଷ୍ଟ ବିଜେଡି ହାତଗଣତିଆ ନେତା ବିଜେଡି ଦଳର ବିରୋଧୀ କାର୍ଯ୍ୟ କରୁଛନ୍ତି। ଅନ୍ୟ ଦଳ ସହିତ ହାତ ମିଶାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣି ବିରୋଧ କରୁଛନ୍ତି। ସେମାନଙ୍କର ଉପରେ ଯଦି ଦଳର ସୁପ୍ରିମୋ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତେବେ ଉପସ୍ଥିତ ସମସ୍ତେ ଇସ୍ତଫା ଦେବୁ ବୋଲି ଶ୍ରୀ ନିଗମ ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ଅସନ୍ତୋଷ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆସନ୍ତା ୨୨ ତାରିଖରେ ଏକ ବିଶାଳ ଶୋଭଯାତ୍ରା ଖରିଆର ରୋଡରୁ ବାହାରି ନୂଆପଡା ଅଭିମୁଖେ ଯିବ ଏବଂ ମିଡ଼ିଆ ମାଧ୍ୟମରେ ଦାବିପତ୍ର, ଦଳ ସୁପ୍ରିମୋଙ୍କୁ ଦିଆଯିବ ବୋଲି ଶ୍ରୀ ନିଗମ କହିଛନ୍ତି। ପ୍ରକାଶ ଯେ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଥିଲେ କିଛି ବିଜେଡ଼ି କାର୍ଯ୍ୟକର୍ତ୍ତା ଓ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିବା ସହିତ ଏକ ମୋଟର ସାଇକେଲ ଶୋଭାଯାତ୍ରା ଏବଂ ୬ ଘଣ୍ଟିଆ ନୂଆପଡା ବନ୍ଦ ପାଳନ କରିଥିଲେ। ତେବେ ନିର୍ବାଚନୀ ବିଗୁଲ ବାଜିଲା ପରେ ନୂଆପଡା ଆସନରୁ ବିଜେଡି ଦଳ ଟିକେଟ କାହାକୁ ଦେବ ଏବଂ ଗୋଷ୍ଠୀ କନ୍ଦଳର ପ୍ରଭାବ ଆଗାମୀ ନିର୍ବାଚନରେ ସାଧାରଣ ଭୋଟରଙ୍କ ଉପରେ କେତେ ପଡିବ କିମ୍ବା ୩ ଥର ବିଧାୟକ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ଢୋଲକିଆ ସମ୍ପୂର୍ଣ ଭାବରେ ତାଙ୍କର ଲୋକପ୍ରିୟତା ବଳରେ ୨୦୨୪ ନିର୍ବାଚନ ବୈତରଣୀ ପାରିହେବେ ତାହା ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଥିବା ବେଳେ ବିରୋଧ ଏହାର ଫାଇଦା ଉଠାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.