ତନଭି ପବ୍ଲିକ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରା ତାରିଣୀ ଛକ ଠାରେ ଥିବା ତନଭି ଇଂରେଜି ମିଡ଼ିୟମ ସ୍କୁଲର ଅଧ୍ୟକ୍ଷ ପ୍ରସନ୍ନ ଜିତ ଶତପଥୀଙ୍କ ସଂଯୋଜନା ସହିତ ଏହାର ଚେୟାରମେନ କାମରଜୁ ସାବତ, କାର୍ଯ୍ୟ ନିର୍ବାହୀ ଅଧିକାରୀତଥା ଅନୁଷ୍ଠାନର ଅଧକ୍ଷ ନୀଳ ମାଧବ ସାବତଙ୍କ ଅଧକ୍ଷତାରେ ଏହି ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଟାଏଡ଼ ପ୍ରଫେସର ଅମୀୟ ପରିଛା, ସତୀଶ ପ୍ରସାଦ ନାୟକ, ଗାନ୍ଧୀ ପଣ୍ଡା, ରମାରମଣ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବି.ଇ.ଓ ହରେକୃଷ୍ଣ ପଣ୍ଡା ଏବଂ ସମ୍ମାନୀୟ ଅତିଥି ଭାବେ ଭାଟ କୁମରଡ଼ା କଲେଜର ଇଂରେଜି ଅଧ୍ୟାପକ ନରେନ୍ଦ୍ର କୁମାର ପାତ୍ର, ତାରା ତାରିଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧକ୍ଷ ଲୋକେଶ ପଟ୍ଟନାୟକ, ବାଘଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ସୁନିତା ଦେବୀ, ଭାତକୁମରଡା ଓ.ଏ.ଭି ର ଉପାଧ୍ୟକ୍ଷ  ବିଶ୍ଵରଞ୍ଜନ ବଳ, ପୂର୍ବତନ ଓକିଲ ସଂଘର ସଭାପତି ଦେବାନନ୍ଦ ମହାପାତ୍ର, ପୂର୍ବତନ ସରକାରୀ ରାଜସ୍ବ ଅଧିକାରୀ ଅଖିଳ କୁମାର ସାବତ, ପିଂଛୁଳି କ୍ଲଷ୍ଟର ସି.ଆର.ସି.ସି. ବନମାଳୀ ବେହେରା ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଭିର୍ଣ୍ଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା କୁନି କୁନି ଶିଶୁ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ମନୋବଳକୁ ଦୃଢ଼କରି ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା। ଛାତ୍ର, ଛାତ୍ରୀ ମାନଙ୍କ ନାଚ, ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆସରରେ ଦୁଲୁକିଥିଲା ମଞ୍ଚ।

ଅଧ୍ୟକ୍ଷ ପ୍ରସନ୍ନଜିତ ଶତପଥୀ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କିରଣ କୁମାର ମଞ୍ଚକୁ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଭାବେ ବିଭୁପ୍ରସାଦ ନାହାକ, ବିଜୟ ପ୍ରଧାନ, ଗୀତା ନାହାକ, ଶାନ୍ତି ଶତପଥୀ, ଗୀତା ମହାରଣା, ତନୁଶ୍ରୀ ସାହୁ, ବିଜୟଲକ୍ଷ୍ମୀ ଦାଶ ଅନିତା ମହାରଣା, ରାଜ କିଶୋର ଦାଶ, ଲୋପିତା ପଟ୍ଟନାୟକ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.