କଳାହାଣ୍ଡି କେରିଅର୍ ଏକାଡେମୀର ସଫଳତା

ଜାଟ୍ ରେଜିମେଣ୍ଟରେ ଯୋଗଦେବେ ବିଷ୍ଣୁ ସାହୁ

କଳାହାଣ୍ଡି,୨୨/୬: ଜିଲ୍ଲାର ଯୁବବର୍ଗକୁ ସାମରିକ, ଅର୍ଦ୍ଧସାମରିକ ଓ ରାଜ୍ୟ ପୋଲିସ ସେବା ପାଇଁ ପ୍ରାକ୍-ତାଲିମ ଦେଉଥିବା କଳାହାଣ୍ଡି କେରିଅର୍ ଏକାଡେମୀର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ଏଠାରେ ତାଲିମପ୍ରାପ୍ତ ବିଷ୍ଣୁ ସାହୁ ୧୫୧ ବାଟାଲିଅନ୍ ଟେରିଟରିଆଲ୍ ଆର୍ମି ଜାଟ୍ ରେଜିମେଣ୍ଟରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ସାହୁ ସଦର ବ୍ଲକ୍ ବୋର୍ଡା ବରଗାଁର ଭକ୍ତରାମ ସାହୁଙ୍କ ସୁପୁତ୍ର ଅଟନ୍ତି।

ପୂର୍ବତନ ବାୟୁସେନା ପାଇଲଟ୍ ତଥା ସଂପ୍ରତି ଓଡ଼ିଶା ସରକାରଙ୍କ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି କେରିଅର୍ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ ଥିବାବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ୟାମସୁନ୍ଦର ପଣ୍ଡା ପ୍ରଶିକ୍ଷକ ଭାବେ କାର୍ଯ୍ୟରତ। ଏକାଡେମୀର ସଫଳତାରେ ଶ୍ରୀ ପଣ୍ଡା କ୍ୟାପଟେନ୍ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

click here to get news & views updates on whatsapp

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.