ଭତରା ସମାଜ ପକ୍ଷରୁ ଧର୍ମଗଡ ଓ ଲାଞ୍ଜିଗଡ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୨୩/୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ସୀଉନି ଗାଁ ଠାରେ ଶନିବାର ଜିଲ୍ଲା ଭତରା ସମାଜ ପକ୍ଷରୁ ଧର୍ମଗଡ ଓ ଲାଞ୍ଜିଗଡ ନବ ନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମେ ଭୈରବ ଦେବଙ୍କ ପୁଜାର୍ଚ୍ଚନା କଲାପରେ ସଂପାଦକ ସୁଶାନ୍ତ ମାଝୀ ସ୍ୱାଗତ ଭାଷଣ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ଆନୁଷ୍ଠାନିକ ଭାବରେ ସମାଜ ପକ୍ଷରୁ ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ନିଲକଣ୍ଠ ମାଝି, ପ୍ରଫଲ ମାଝି, ବନମାଲି ମାଝି, ରୁତୁରାଜ ମାଝୀ, ନିତ୍ୟାନନ୍ଦ ନାଏକ ସମେତ ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ସହିତ ଏହି ଅଂଚଳର ଶତାଧିକ ଲେକେ ସମିଲ ହୋଇଥିଲେ । ଶେଷରେ ଗୋପିଚନ ନାଏକ ଧନ୍ୟବାଦ ଅର୍ପଣକରି ସଭାଟିକୁ ସମାପ୍ତ କରିଥିଲେ ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.