ପହିଲି ବର୍ଷାରେ ଚାଷ ପାଇଁ ତତ୍ପର ଚାଷୀ

ସୋନପୁର,୨୩/୬ : ଚଳିତ ବର୍ଷ ଓଡିଶାରେ ମୈାସୁମୀ ପହଞ୍ଚିବାକୁ ବିଳମ୍ବ କରିଛି । ହେଲେ ପାଣିପାଗ ବିଭାଗ ସ୍କାଏମେଟ ଘୋଷଣା କରି ସାରିଲେଣିେ ଯେ ଆସନ୍ତା ୨୪ ତାରିଖ ମଧ୍ୟରେ ମୌସୁମୀ ରାଜ୍ୟକୁ ଛୁଇଁବ ଏବଂ ସାରା ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଂଚଳରେ ଦୁଇ ତିନି ଦିନ ହେବ ପ୍ରତ୍ୟହ ଅପରାହ୍ନ ଓ ସଂଧ୍ୟା ସମୟରେ ବର୍ଷା ଅସରାଏ ଲେଖାଏଁ ହେବା ସହ ପାଗ ପ୍ରାୟତଃ ମେଘୁଆ ରହୁଛି । ଗୁଳୁଗୁଳି ହେଉଛି ହେଲେ ଆଗଭଳି ଆଉ ଖରାର ପ୍ରାଦୁର୍ଭାବ ନାହିଁ । ଅଞ୍ଚଳର ଚାଷୀକୂଳ ଆଶାବାନ୍ଧି ବସିଛନ୍ତି ମୈାସୁମୀ ଶୀଘ୍ର ପହଞ୍ଚୁ ଏବଂ ମୈାସୁମୀ ପହଞ୍ଚିବା ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷାକୁ ନେଇ ଚାଷୀକୂଳ ଆତ୍ମ ବିଭୋର ହୋଇପଡ଼ିଛନ୍ତି । ପହିଲି ବର୍ଷା ପରଶରେ ମାଟି ନରମହେବା ଫଳରେ ଜମିରେ ହଲ କରିବା ଆରମ୍ଭ କରିଦେଇଛନ୍ତି । କେତେକ ଚାଷୀ ଧାନ ମଧ୍ୟ ନିଜ ଜମିରେ ବୁଣିବା ଆରମ୍ଭ କରିଦେଲେଣି । ଏବେ ଚାଷ ପାଇଁ ତତ୍ପର ହୋଇପଡିଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲା ଅଞ୍ଚଳ କିଛି ଭାଗ ଏକ ଜଳସେଚିତ ଅଂଚଳ ହୋଇଥିଲେ ବି ବେଳେ ଏଠିକାର ଚାଷୀ ଚାଷକାର୍ଯ୍ୟାଇଁ ବର୍ଷାଜଳ ଉପରେ ସମ୍ପସର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଗତ ବର୍ଷ ବର୍ଷା ଠିକ୍ ଅନୁପାତ ରେ ହୋଇଥିଲା ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇପଡିଥିଲେ । ଏବର୍ଷ ବର୍ଷା ଭଲ ହେବ ବୋଲି ପାଣିାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଅଛନ୍ତି । କେଉଁ ଚାଷୀ ହଳ ଲଙ୍ଗଲ ଯୋଗେଁ ଜମିକୁ ଚଷୁଥିବା ବେଳେ ସକ୍ଷମଚାଷୀ ଟ୍ରାକ୍ଟର ଯୋଗେ ଜମିକୁ ଚଷୁଥିବା ଦେଖିବାକୁ ମିଲୁଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.