ଜ୍ୟୋତିରାଓ ଫୁଲେଙ୍କ ୧୯୭ ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଫୁଫଗାଁ ପଟେଲପଡା ଠାରେ ବାମସେଫ ଭାରତ ମୁକ୍ତି ମୋର୍ଚ୍ଚା ର ତତ୍ୱାବଧାନରେ ମହାନ ସାମାଜିକ କର୍ମୀ, ଜାତି ବିରୋଧି ସଂସ୍କାରକ, ବୁଦ୍ଧିଜୀବୀ, ଲେଖକ, ଆଧୁନିକ ଭାରତର ଶିକ୍ଷାର ଜନକ ଜ୍ୟୋତିରାଓ ଫୁଲେଙ୍କ ୧୯୭ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।ରାଷ୍ଟ୍ରପିତା ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସଂର୍ଘଷମୟ ଜୀବନୀ ସ୍ମୃତିଚାରଣ କରିଥିଲେ । ସେ ୧୧ ଏପ୍ରିଲ ୧୮୨୭ରେ ଧରାବତରଣ କରି ୨୮ ନଭେମ୍ବର ୧୮୯୦ ରେ ଦେହ ତ୍ୟାଗ କରିଥିଲେ । ସମାଜରେ ପ୍ରଚଳିତ ଅସ୍ପୃଶ୍ୟତା ବିରୋଧରେ କାର୍ଯ୍ୟ କରି ମହିଳା ଶିକ୍ଷାକୁ ପ୍ରୋତ୍ସାହିତ ସ୍ୱରୂପ ୧୮୪୮ରେ ପ୍ରଥମ କରି ପୁନାରେ ବାଳିକା ବିଦ୍ୟାଳୟ ସ୍ଥାପନ କରି ସୁଦ୍ର ଜାତିକୁ ଶିକ୍ଷା ପ୍ରଦାନ କରିଥିଲେ । ମହିଳା ଶିକ୍ଷାର ଉନ୍ନତି ପାଇଁ ତାଙ୍କର ସ୍ତ୍ରୀ ସାବିତ୍ରୀବାଇ ଫୁଲେଙ୍କୁ ଉତ୍ସାହିତ କରୁଥିଲେ । ତାଙ୍କୁ ୧୮୮୮ ମସିହାରେ ମହାରାଷ୍ଟ୍ରର ମହାନ ସାମାଜିକ କର୍ମୀ ବିଥଲରାଓ କ୍ରୀଷ୍ଣାଜୀ ଭଣ୍ଡେକର “ମହାତ୍ମା” ଉପାଧିରେ ଭୁସିତ କରିଥିଲେ । ସମାଜ ସଂସ୍କାର ପାଇଁ “ସତ୍ୟଶୋଧକ ସମାଜ” ଗଠନ କରି ସବୁ ଧର୍ମ ଜାତିର ଲୋକଙ୍କୁ ସାମିଲ କରି ସାମାଜିକ ଶୋଷିତ, ପିଡିତ ଲୋକଙ୍କ ପାଇଁ କାମ କରୁଥିଲେ । ଅଧିକାର ପାଇଁ ତାଙ୍କର ସଂଗ୍ରାମ ଯୁବ ପିଢିକୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏଥିରେ ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଦୁର୍ଯ୍ୟୋଧନ ଜାଲ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଯୁବ ସଭାପତି ନିର୍ମଳ ଜାଲ, ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କମଳାକାନ୍ତ ଖର୍ସେଲ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋକସରା ବ୍ଳକ ସଭାପତି କ୍ଷିରସିନ୍ଧୁ ବୋଡକିଆ, ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସରୋଜ ରଣା, ଗଙ୍ଗାଧର ମାଝି ସମେତ ଅନେକ ଲୋକ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.