ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଞ୍ଜା ପଞ୍ଚାୟତ ସ୍ଥିତ ଜାନିପଡା ଠାରେ ତାରିଣୀ ପିଠ ଓ ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ମହା ସମାରୋହରେ ପାଳିତ ହୋଇଛି। ହନୁମାନ ମନ୍ଦିର ପୂଜା ଉତ୍ସବରେ ନୃପରାଜ ସାହୁଙ୍କ ଧର୍ମପତ୍ନୀ ପ୍ରଜ୍ଞା ପାରମିତା ସାହୁ କର୍ତ୍ତା ଥିବା ବେଳେ ତାରିଣୀ ମା’ଙ୍କ ମନ୍ଦିରରେ ଶରଦ ଜାନକୀଙ୍କ ଧର୍ମପତ୍ନୀ ଗୁଳ୍ମ ଜାନୀ ରହିଥିଲେ। ୭ ଦିନ ବ୍ୟାପୀ ଶିବ ପୁରାଣର କର୍ତ୍ତା ଅନନ୍ତ ସାହୁଙ୍କ ଧର୍ମପତ୍ନୀ ସୁରେଖା ସାହୁ ଥିବା ବେଳେ ଵଳାଙ୍ଗୀର ବଢିଆ ପାଲି ଵ୍ୟାସ ସୁନୀଲ ମିଶ୍ର ଯୋଗ ଦେଇ ପାରାୟଣ ପଠନ କରି ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବ ବୋଲି ସଭାପତି ସାଧୁ ପୁଟେଲ ସୂଚନା ଦେଇଛନ୍ତି। କମିଟିର ସଦସ୍ୟ ପଞ୍ଚାନନ ସାହୁ, ମୁରଲୀ ପୁଟେଲ, ଶିଵଲାଲ ଭୋଇ, ଵିରେନ ସାହୁ, ଦୈତାରି ସାହୁ, କୈବଲ୍ୟ ସାହୁ, ଲକ୍ଷ୍ମୀ ଧରି ଭୋଇ, ଟିକ ଜାନୀ, ହେମନ୍ତ ପୁଟେଲ, ଗୁରୁବାରୁ, ଶିବ ସାହୁ, ପ୍ରକାଶ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରୁଛନ୍ତି।