ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଜାତୀୟ ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ପ୍ରସାନ୍ତ କୁମାର ବାଗଙ୍କ ନେତୃତ୍ବରେ କାର୍ଯ୍ୟାଳୟ ଠାରୁ ଅଗ୍ନିଶମ କର୍ମଚାରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଚିଲିଗୁଡା ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ଯାତାୟତ କରୁଥିବା ଜନ ସାଧାରଣଙ୍କୁ ଅଗ୍ନିକାଣ୍ଡ ନ ଘଟିବା ପାଇଁ କିପରି ସତର୍କତା ଅବଲମ୍ବନ କରିବାକୁ ହେବ, ଅଗ୍ନିକାଣ୍ଡ ଘଟିବା ସମୟରେ କିପରି ଭାବରେ ତାକୁ ମୁକାବିଲା କରାଯାଇ ପାରିବ ଏବଂ ନିଜେ ତଥା ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖିବେ ସେନେଇ ସଚେତନତା ସୃଷ୍ଟି କରାଇଥିଲେ।ଏହି ସଚେତନତା ଶୋଭାଯାତ୍ରାରେ ଅଗ୍ନିଶମ ଅଧିକାରୀ ଶ୍ରୀବାଗଙ୍କ ସମେତ ଫେୟାର ମ୍ୟାନ୍ ମନୋଜ ବିଶ୍ବାଳ, ବାସୁଦେବ ଭୋଇ, ଶ୍ୟାମ ମାଝୀ, ସତ୍ୟମ୍ ମାଝୀ, ଲଲିତ ପୁଟେଲ, ରାଧେଶ୍ୟାମ ପ୍ରଧାନୀ, ଡ୍ରାଇଭର ଗିରୀଧର ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ।