କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଛି। ବ୍ଳକ ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମୂର୍ତ୍ତି ନିକଟରେ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ କୋକସରା ରାମସେନା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଲେ।ଏଥିରେ ଶ୍ରୀରାମ ସେନାର କ୍ଷୀରସିନ୍ଧୁ ନେଗୀ, ମହେଶ ଗୁପ୍ତା, ଅମୁଲ୍ୟ ବିଶି, ମହେନ୍ଦ୍ର ପ୍ରଧାନୀ, ଅଧିରାଜ ନାଏକ, ଅଜିତ ପ୍ରଧାନୀ, ସଂଜୀବ ନାଏକ, ସୁରଜ ନାଏକ, ସୋମ୍ୟ ପ୍ରଧାନୀ, ଚିତ୍ରସେନ ବେହେରା, ପପୁ ଦଣ୍ତସେନା, ଆକାଶ ନାଏକ, ଲିପମ ଶବର ଓ ସମସ୍ତ ଶ୍ରୀରାମ ସେନା ସାମିଲ ହୋଇଥିଲେ। ପୂଜାକର୍ତ୍ତା ଭାବେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସପତ୍ନୀକ ଦାୟିତ୍ଵ ନିର୍ବାହ କରୁଥିବାବେଳେ ପୂଜକ ଭାବେ ଟିକିନା ମିଶ୍ର କାର୍ଯ୍ୟ ସମ୍ପାଦନ କରୁଛନ୍ତି। କୋକସରା ହନୁମାନ ଜୟନ୍ତୀ ପାଳନ କମିଟିର ବିଶ୍ୱନାଥ ପଟ୍ଟନାୟକ, ମହେନ୍ଦ୍ର ନେଗୀ, ଅଜିତ ସାହୁ, ସୁନୀଲ ପ୍ରଧାନୀ, ବନମାଳୀ ପ୍ରଧାନୀ, ହୃଶିକେଶ ରାଉତ, ବସନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା, ସୁରେନ୍ଦ୍ର ମାଝୀ, କମଳା ଚିନ୍ଦା ପ୍ରମୁଖ କର୍ମକର୍ତ୍ତା ଦାୟୀତ୍ବରେ ରହିଛନ୍ତି। ସେହିପରି ଲଡୁଗାଁ ପଞ୍ଚମୁଖି ହନୁମାନ ଛକ ନିକଟରେ ଥିବା ହନୁମାନ ମୂର୍ତ୍ତିରେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଭକ୍ତ ତଥା ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ଭୋଗ ଓ ପଣା ବଣ୍ଟନ କରାଯାଇଥିଲା। ଆମପାଣି ହନୁମାନ ମନ୍ଦିର ପରିସରରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଜୟନ୍ତୀ ପାଳନ ହୋଇଛି। ସୁନାମାଲ ବଜରଙ୍ଗବଳୀ ମନ୍ଦିର ଓ ତାରିଣୀ ପୀଠରେ ମଧ୍ୟ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳନ ହୋଇଛି। ଏସବୁ ସ୍ଥାନରେ ସକାଳୁ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ଦର୍ଶନ କରିଛନ୍ତି। ଭକ୍ତ ମାନଙ୍କୁ ଆୟୋଜକ କମିଟି ପକ୍ଷରୁ ଭୋଗ ଓ ପଣା ବଣ୍ଟନ କରାଯାଇଛି। ସନ୍ଧ୍ୟାରେ ହନୁମାନ ମନ୍ଦିର ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.