ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନରେ ଶ୍ରୀରାମ ନବମୀ ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ରାଧାକାନ୍ତ ସାହିରେ ଥିବା ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନର ଅଧକ୍ଷ ରାମଚନ୍ଦ୍ର ପଣ୍ଡା ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆଜି ଶ୍ରୀରାମ ନବମୀ ଅବସରରେ ଅନୁଷ୍ଠାନ ମଧ୍ୟରେ ହୋମ, ଯଜ୍ଞ, ଜ୍ଞାନ ଯଜ୍ଞ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସ୍ଥାନୀୟ ଅନ୍ତଃରାଷ୍ଟ୍ରୀୟ ଶ୍ରୀକୃଷ୍ଣ ଚେତନା ସଂଘର ପ୍ରବକ୍ତା ଶ୍ରୀମାନ ବ୍ରଜଗୋବିନ୍ଦ ଦାସ ମହାରାଜ ପ୍ରଭୂ ଶ୍ରୀରାମଙ୍କ ଶୁଗୁଣାବଳୀ ବ୍ୟାଖ୍ୟା କରିଥିଲେ l ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ବିଭୂ କୃପା ଲାଭ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନେ ପ୍ରଭୂ ଶ୍ରୀରାମଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିସାରି ପ୍ରସାଦ ସେବନ ପୂର୍ବକ ସ୍ୱଗୃହକୁ ପ୍ରସ୍ଥାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.