ଶେଷ ଦିନରେ ନୂଆପଡ଼ା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆସନ୍ତା ମେ ୧୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା (୭୧) ରୁ ସମାଜବାଦୀ ପାର୍ଟିରୁ ଲୋଚନ ସିଂ ମାଝୀ ଓ ବହୁଜନ ସମାଜବାଦୀ ପାର୍ଟିରୁ ସୁକଧର ଦଣ୍ଡସେନା ଗୁରୁବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପରିପେକ୍ଷୀ ଉଭୟ ବିଧାୟକ ପ୍ରାର୍ଥୀ ତାଙ୍କର ସମର୍ଥକଙ୍କ ସହିତ ନୂଆପଡା ଏକତା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡା ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବୁ ଏବଂ ବିଜେଡି ଓ ବିଜେପି ସରକାରର ବିଭିନ୍ନ ଦୁର୍ନୀତି ବିରୋଧରେ ଏହା ଏକ ପ୍ରୟାଶ ବୋଲି ଦୁଇ ଦଳର ବିଧାୟକ ପ୍ରାର୍ଥୀ ପୃଥକ ପୃଥକ ଭାବେ ପ୍ରକାଶ କରିଛନ୍ତି। ସମାଜବାଦୀ ପାର୍ଟିର ଦେଓଦତି ମାଝୀ, ବୁଡୁ ମିର୍ଧା, ମୋହନ ସେନ, ଇଶ୍ୱର ସାହୁ, ଚନ୍ଦରେଶ ମାଝୀ, ଭୋଜ କୁମାରୀ ମାଝୀ, ଦୀପା ମାଝୀ, ଉମା ମାଝୀ, ପ୍ରେମ ପ୍ୟାରୀ ସେନ, ଶୁଶିଲା ମାଝୀ ଏବଂ ବହୁଜନ ସମାଜବାଦୀ ପାର୍ଟିର ପୁର୍ଣଚନ୍ଦ୍ର ନେତାମ, ରଥୁରାମ ଦୀପ, ରାଜୁ ମାଝୀ, କୁନ୍ତୀ ସାହୁ, ରୂପ ସିଂ ମାଝୀ, ରାଜେଶ ନିଶାଦ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.