ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକଙ୍କ ଜନ ସମ୍ପର୍କ ଅଭିଯାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଅଣ ସଂରକ୍ଷିତ ବିଧାନ ସଭା ଆସନ ପାଇଁ ଏବେ ମୈଦାନରେ ୧୨ ପ୍ରାର୍ଥୀ। ବିଭିନ୍ନ ଦଳର ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ଜଣ ସ୍ୱାଧିନ ପ୍ରାର୍ଥୀ ରହିଛନ୍ତି। ୧୮ ରୁ ୨୫ ପ୍ରାର୍ଥୀ ପତ୍ର ଦାଖଲ, ୨୬/୪ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରୀୟା ସରିଯାଇଥିବା ବେଳେ ୨୭ ରୁ ୨୯ ଯାଏଁ ରହିଛି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପ୍ରକ୍ରୀୟା। ଦଳୀୟ ଟିକେଟ ପାଇଥିବା ପ୍ରାର୍ଥୀ ମାନେ ପ୍ରଚାର କାର୍ଯ୍ୟ ଜୋର୍ ସୋର ଚଲେଇଥିବା ବେଳେ ଦୀର୍ଘ ୩୦ ବର୍ଷ ଧରି ବିଜେପି ପାଇଁ ତୃଣମୂଳ ସ୍ତରରେ ନିଜର ସଙ୍ଗଠନ ମଜବୁତ କରିଥିବା ସ୍ୱାଧି ପ୍ରାର୍ଥୀ ପ୍ରଦୀପ କୁମାର ନାଏକ ନିଜ ପ୍ରଚାର କାର୍ଯ୍ୟ ଯୋରଦାର ଚଲେଇଥିବା ଦେଖିବାକୁ ମିଳୁଛି। ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୬୩ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ପଞ୍ଚାୟତରେ କର୍ମୀ ସମ୍ମିଳନୀ ସାରି ଦେଇଥିବା ବେଳେ ଏବେ ଗାଁ ଗାଁ ରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଚଲେଇଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଶନିବାର ଅପରାହ୍ନରେ ବାରବନ୍ଧା ଗ୍ରାମ ପଞ୍ଚାୟତର ଲାମେର ଗ୍ରାମରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ। ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମର ମହିଳା ମାନେ ବନ୍ଦାପନା କରି ପାଛୋଟି ନେଇଥିଲେ। ଗ୍ରାମର ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକ ଓ ମହିଳା ମାନଙ୍କୁ ନେଇ ଗ୍ରାମରେ ମିଟିଂ କରିବା ପରେ ସମସ୍ତଙ୍କ ଆଶିର୍ବାଦ କାମନା କରିଥିଲେ। ଆଗରୁ ଲାମେର ଗ୍ରାମବାସୀଙ୍କ ସୁଖ ଦୁଃଖରେ ଭାଗିଦାରି ରହିଥିବା ସ୍ୱାଧିନ ପ୍ରାର୍ଥୀ ଶ୍ରୀ ନାଏକଙ୍କ ପ୍ରତି ପ୍ରବଳ ଜନସମର୍ଥନ ରହିଥିବା ଦେଖିବାକୁ ମିଳୁଛି। ଏହା କେବଳ ଆଜିକାର ସମ୍ପର୍କ ନୁହଁ। ମୁଁ ଦୀର୍ଘ ବର୍ଷରୁ ମୋର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମର ଲୋକଙ୍କ ସୁଖ ଦୁଃଖ ସମୟରେ ଛିଡା ହୋଇଛି। ଏଣୁ ମୋ ପ୍ରତି ସବୁ ସମୟରେ ସମସ୍ତ ଗ୍ରାମର ଜନସାଧାରଣଙ୍କ ଆଶିର୍ବାଦ ରହିଛି ବୋଲି ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.