ନର୍ଲା ପୋଲିସ ପକ୍ଷରୁ ମଧୁପୁର-ରାମଚନ୍ଦ୍ରପୁର-ଗୋପାଳପୁରରେ ଫ୍ଲାଗମାର୍ଚ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ନର୍ଲା ପୁଲିସ ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ମଧୁପୁର, ରାମଚନ୍ଦ୍ରପୁର ଓ ଗୋପାଳପୁରଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସଆଇ କୃତ୍ତିବାସ ପୂଜାରୀ, ବିଳାସିନୀ ଭୋଇ, ଏଏସଆଇ ଅବନୀ ଖୁରା, ମୀନକେତନ ଶବରଙ୍କ ସମେତ ନର୍ଲା ପୁଲିସ ଓ ସିକେରକୁପାସ୍ଥିତ ସିଆରପିଏଫ ୬୪ ବାଟାଲିୟନର ଏକ ପ୍ଲାଟୁନ ଯବାନ ସାମିଲ ହୋଇଥିଲେ। ଫ୍ଲାଗ ମାର୍ଚ୍ଚ ସହିତ ଆଗାମୀ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବାର୍ତ୍ତା ଦେବାକୁ ପୁଲିସ ପକ୍ଷରୁ ଏହି ମହତ ପ୍ରଚେଷ୍ଟା କରାଯାଇଥିବା ସୂଚନା ମିଳିଛି। ଏପରିକି ପୁଲିସ ଓ ସିଆରପିଏଫର ମିଳିତ ଫ୍ଲାଗ ମାର୍ଚ୍ଚକୁ ନେଇ ସାଧାରଣରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.