ସମ୍ବଲପୁର ସୋନପୁର ରୋଡରେ ୪୦୭ କୁ ଧକ୍କା ଦେଲା ଟ୍ରଲର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ସୋନପୁର- ସମ୍ବଲପୁର ରାସ୍ତାର ସିଣ୍ଡୋଲ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଦୀର୍ଘ ଛଅ ଘଣ୍ଟା ପରେ ଉଦ୍ଧାର ହେଲେ ଟ୍ରଲର ଗାଡ଼ି ର ଡ୍ରାଇଭର। ଖବର ରୁ ପ୍ରକାଶ ଯେ ଗତକାଲି ସମ୍ବଲପୁର ରୁ କେସିଙ୍ଗା ଯାଉଥିବା ଏକ ଟ୍ରଲର ଗାଡ଼ି ସମାନ ଦିଗରୁ ଆସୁଥିବା ରୋଲର ବୋଝେଇ ୪୦୭ ଗାଡ଼ି ପଛ ପଟେ ଧକ୍କା ହେବାରୁ ଉଭୟ ଗାଡ଼ି ଚୁରମାର୍ ହୋଇଥିବା ଜଣା ପଡିଛି। ୪୦୭ ପିକଅପ ଭ୍ୟାନ ହଠାତ୍ ବ୍ରେକ୍ ଦେବାରୁ ଭାରସାମ୍ୟ ହରାଇ ପଛ ପଟେ ଆସି ଟ୍ରଲର ଗାଡ଼ିଟି ପିଟି ହୋଇଥବା ଜଣାପଡିଛି। ସୋନପୁର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଛଅ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ରକ୍ତାକ୍ତ ହୋଇ ବିପଦ ଜନକ ଅବସ୍ଥା ରେ ଫସି ରହି ଥିବା ଟ୍ରଲର ଡ୍ରାଇଭର କୁ ଉଦ୍ଧାର କରିଥିଲେ ଏବଂ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଡ୍ରାଇଭରର ଜୀବନ ବଞ୍ଚାଇଥିଲେ ଅଗ୍ନିଶମ ବାହିନୀର ଏସଓ କବି ସେଠି ଓ ଉଜ୍ଜ୍ୱଳ ବେହେରାଙ୍କ ନେତୃତ୍ଵ ରେ ଉଦ୍ଧାରକାରୀ ଦଳ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.