ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ଜୈନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଉତ୍ତପ୍ତ ସହର ଟିଟିଲାଗଡର ତାତିକୁ ଅତିକ୍ରମ କରିଛି ନିର୍ବାଚନୀ ତାତି। ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ଦଳୀୟ ପ୍ରାର୍ଥୀ ମାନଙ୍କ ପ୍ରଚାର ପ୍ରସାର ଜୋର୍ ଧରିଥିବା ବେଳେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଟିଟିଲାଗଡ ବିଧାନସଭା ବିଜେପି ପ୍ରାର୍ଥୀ ନବୀନ ଜୈନ ନିଜ ହଜାର ହଜାର ସମର୍ଥକଙ୍କ ସହ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ନିର୍ବାଚନ ମଣ୍ଡଳୀ ଅଧୀନ ୩ଟି ବ୍ଲକରୁ ଆସିଥିବା ହଜାର ହଜାର ସଂଖ୍ୟାରେ ସମର୍ଥକ ଆସି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଏକତ୍ରିତ ହୋଇଥିଲେ। ସହରର ଆରାଧ୍ୟ ଦେବୀ ମା ଘଣ୍ଟାଶୁଣିଙ୍କ ଆଶୀର୍ବାଦ ଭିକ୍ଷା ନେଇ ଶ୍ରୀ ଜୈନ ନିଜ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟିଟିଲାଗଡ ନିର୍ବାଚନ ଅଧିକାରୀ ରେହାନ ଖେତ୍ରିଙ୍କ ଠାରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଶୋଭାଯାତ୍ରାରେ ଶ୍ରୀ ଜୈନଙ୍କ ସହ ଜିଲ୍ଲା ସଭାପତି ଶିବାଜି ମହାନ୍ତି, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅନିଲ ନାୟକ, ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା, ମହେନ୍ଦ୍ର ଠାକୁର, ପୂର୍ବତନ ନଗରପାଲ ଶୁଭ୍ରାଂଶୁ ଦାସ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ନରସିଂହ ସିଂ ପ୍ରମୁଖଙ୍କ ସହ ବହୁ ଦଳୀୟ ପଦାଧିକାରୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.