ମ.ରାମପୁର ରାମ ଲୀଳା ମହୋତ୍ସବ: ତୃତୀୟ ରଜନୀରେ ମଞ୍ଚସ୍ଥ ହେଲା କିଷ୍କିନ୍ଧ୍ୟା ଓ ସୁନ୍ଦରା କାଣ୍ଡ

ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ

ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବ ର ତୃତୀୟ ରଜନୀ ରେ କିସ୍କିନ୍ଦ୍ୟା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିବା ବେଳେ ଶେଷ ଯାଏଁ ଦର୍ଶକ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀନୀ ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଦୁର୍ଗା ପ୍ରସାଦ ମହାନ୍ତି ( ମୁନା)ଯୋଗଦେଇ ଥିବା ବେଳେ ସଭାପତି ଜୀବେଶ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ସୁବର୍ଣ୍ଣ ପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ର କଳାକାର ସୁବାସ ଚନ୍ଦ୍ର ସାହୁ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଲିପ୍ସା ମୟୀ ଦୁବେ ମାନ ପତ୍ର ପଠନ କରିଥିଲେ । ସମ୍ବର୍ଦ୍ଧନା ପର୍ବ ରେ ବରିଷ୍ଠ ସଦସ୍ୟ ପବନ ମହାଳିକ ଉପସ୍ଥିତ ଥିଲେ । ସ୍ବର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ରଚିତ ଓ ନିର୍ଦ୍ଦେଶିତ ଓ ଜୀବେଶ୍ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ସମ୍ପୂର୍ଣ୍ଣ ରାମ ଲୀଳା ନାଟକ ର କିଷ୍କିନ୍ଦ୍ୟା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିଲା । ଏଥିରେ
ହନୁମାନ:- ଅଜିତ ସିଂହ, ରାମ:- ଜଗ ମୋହନ ସାହୁ, ଲକ୍ଷ୍ମଣ:- ବିକାଶ ଆଚାର୍ଯ୍ୟ, ବାଳି:- ମୃତ୍ୟୁଞ୍ଜୟ ଘିଭେଲା, ତାରା:- ମଣ୍ଟୁ ବାରିକ, ଅଙ୍ଗଦ: ଗୌତମ ବିଶି, ଲଙ୍କେଶ୍ଵରୀ: ସନ୍ତୋଷ ବାରିକ, ସୀତା:- ମାନସ ସାହୁ, ମନ୍ଦୋଦରୀ:- କେଶବ ଦଣ୍ଡିଆ, କାଳ ଘଣ୍ଟ: ବସନ୍ତ ନାୟକ, ରାବଣ:- ସାଇ ପ୍ରସାଦ ମହାରଣା (ବଡ଼), ଇନ୍ଦ୍ରଜିତ:- ଦେବେନ୍ଦ୍ର ମହାନ୍ତି, ବିଭୀଷଣ:- ପ୍ରଦୀପ ସିଂହ (ବଡ଼ ବାବୁ), ପବନ ଦେବତା:- ଅମରେଶ ଶତପଥୀ,
ପ୍ରହସ୍ତ୍:- ସୁର ସେନ ମହାରଣା, ବିହସ୍ତ:- ମହେନ୍ଦ୍ର ଭଏଁ ସାଲ
ଗନ୍ଧ ମାର୍ଦ୍ଧନ:- ଡମ୍ବରୁ ଧର ଭୋଇ, ଦୂତ:- ଉପେନ୍ଦ୍ର ମହାଖୁଡ
ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ମହେଶ୍ବର ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୂବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ସରସ୍ଵତୀ ଦାଶ, ସ୍ମୃତି ରେଖା ପାଢ଼ୀ, ପ୍ରବୀଣ କଣ୍ଠ ଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗୀ:- ବଳଭଦ୍ର ଦଣ୍ଡ ସେନା, ଧଙ୍ଗଡା ମାଝୀ, କଳ୍ପତରୁ ନାୟକ, ରାସ ବିହାରୀ ଧଙ୍ଗଡା ମାଝୀ, ପ୍ରସନ୍ନ ଗହୀର, ଧୀରେନ୍ଦ୍ର ନାୟକ, ବିଶେଶ୍ୱର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ତରଫରୁ ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ଶ୍ରୀପତି ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.