ସୂର୍ଯ୍ୟମଣୀ ବୈଦ୍ୟ ଖଲ୍ଲିକୋଟ ବିଜେଡ଼ି ପ୍ରାର୍ଥୀ; ଟିକେଟ ପାଇବା ପରେ ସମର୍ଥକ ମହଲରେ ଖୁସିର ଲହରୀ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇ ୧ ବୁଧବାର ଦିନ ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି। ଏହା ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। 

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରା ତାରିଣୀଙ୍କ ଦର୍ଶନ କରି ନାମାଙ୍କନ ଦାଖଲ ପାଇଁ ଛତ୍ରପୁର ଯିବା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟିକା ପାର୍ଥୀଙ୍କୁ ଅଣଦେଖା ଉପରେ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ସହ ବହୁନେତା, କର୍ମୀ ଓ ପୁରୁଷୋତ୍ତମପୁର ଏନଏସିର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ବିଜେଡି ଯୁବ ସଭାପତି ନୀଳମଣୀ ପଣ୍ଡା, ଏନଏସିର ପ୍ରାୟ କାଉନସିଲର ଓ କର୍ମୀ ମାନେ, ୪ନଂ କାଉନସିଲର ଅଶୋକ ମହାଙ୍କୁଡ, ଆସ୍କା ଏମପି ନୋମିନୀ ସୁଦର୍ଶନ ନାୟକ, ଭୀମପୁର ସମିତି ସଭ୍ୟ ଜଗନ୍ନାଥ ପାତ୍ର, ହେଲପେଡ ରେ ମାନସ ମଙ୍ଗରାଜଙ୍କୁ ମିଶି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧ୍ୟାୟିକା ସୂର୍ଯ୍ୟ ମଣୀ ବୈଦ୍ୟଙ୍କୁ ଟିକଟ କାହିଁକି ଦିଆ ଯାଉନି ବୋଲି ପ୍ରଶ୍ନ କରିଥିଲେ। ମାନସ ମଙ୍ଗରାଜ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ସରିଲା ପରେ ଭୁବନେଶ୍ୱର ଆସନ୍ତୁ ଟିକେଟ ଦିଆଯିବ। ଏହାପରେ ଆଜି ସୂର୍ଯ୍ୟମଣୀ ବୈଦ୍ୟ ଏବଂ ତାଙ୍କ ସମର୍ଥକ ମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଜେଡି ଟିକେଟ ଧରି ଖଲ୍ଲିକୋଟ ଫେରି ଆସିଛନ୍ତି।  ଟିକେଟ ମିଳିଲା ପରେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକର ବିଜେଡି ନେତା, କର୍ମୀମାନଙ୍କ ମୁହଁରେ ହସ ଫୁଟି ଉଠିଛି ଏବଂ ସେମାନେ ବାଣ ଫୁଟାଇ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ଅଭିନନ୍ଦନ ଜଣାଇ ତାଙ୍କରି ବିଜୟ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.