ଟି-୨୦ ବିଶ୍ବକପରେ ଭାରତ ସେମିକୁ ବି ଯାଇ ପାରିବନି -ମାଇକେଲ ଭନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତର ବିଶ୍ୱକପ ଜିତିବା ସମ୍ଭାବନା ଅଧିକ ଥିବା ବେଳେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କିନ୍ତୁ ଏକ ନୈରାଶ୍ୟଜନକ ଆକଳନ କରିଛନ୍ତି । ମହାନ ଖେଳାଳି ମାଇକେଲ ଭନ ଭାରତ ସେମିଫାଇନାଲକୁ ଉନ୍ନୀତ ହୋଇ ପାରିବନି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅବଶ୍ୟ ଭନ ସର୍ବଦା ଭାରତ ବିପକ୍ଷରେ ଟିପ୍ପଣୀ କରିବାକୁ ଭଲ ପାଇଥାନ୍ତି । ତାଙ୍କ ମତରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସେମିକୁ ଉନ୍ନୀତ ହେବେ । ୨୦୧୦ ଇଂଲଣ୍ଡ ଟାଇଟଲ ହାସଲ କରିଥିଲା । ଏଥର ବି ଦଳର ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି । ୨୦୨୧ରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ୨ ଥର ଟାଇଟଲ ହାସଲ କରିଛି । ଟି୨୦ ବିଶ୍ୱକପର ପଦାର୍ପଣ ସଂସ୍କରଣରେ ଭାରତ ଟାଇଟଲ ହାସଲ କରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.