ରାମପୁର ଓ ଡୁଙ୍ଗୁରିପାଲିରେ ଶାନ୍ତି ଶୃଙ୍ଖଳା ଜାରି ରଖିବାକୁ ତ୍ରିପୁରା ଷ୍ଟେଟ୍ ରାଇଫଲ୍ ପୋଲିସର ଫ୍ଲାଗମାର୍ଚ୍ଚ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତ୍ରିପୁରା ଷ୍ଟେଟ୍ ରାଇଫଲ ପକ୍ଷରୁ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପୋଲିସର ସହାୟତାରେ ରାମପୁର ଓ ଡୁଙ୍ଗୁରିପାଲି ଠାରେ ଉଭୟ ଥାନା ସହାୟତାରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ରାମପୁର ଓ ଡୁଙ୍ଗୁରିପାଲି ସହର ସମେତ ଶୁଖା, କପାଶିରା ଅଞ୍ଚଳରେ ଟିଆରପି ପୋଲିସ୍ ଦ୍ବାରା ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସହର ତଥା ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ସଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏବଂ ଜିଲ୍ଲାରେ ଆସନ୍ତା ମେ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ସୁବର୍ଣ୍ଣପୁର ଏସପି ୟଶ ପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ସହରରେ ଟିଆରପି ଓ ସ୍ଥାନୀୟ ପୋଲିସ ଫୋର୍ସ କୁ ନେଇ ଏଇ ଫ୍ଲାଗ ମାର୍ଚ୍ଚ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ରାମପୁର ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାମପୁର ଠାରେ ଓ ଡୁଙ୍ଗୁରିପାଲି ଭାରପ୍ରପ୍ତ ଥାନା ଅଧିକାରୀ ସତ୍ୟ ନାରାୟଣ ପଧାନଙ୍କ ନେତୃତ୍ଵରେ ଡୁଙ୍ଗୁରିପାଲି ର ବିଭିନ୍ନ ଅଞ୍ଚଳ ଠାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଉଭୟ ଥାନାର ସମସ୍ତ ଅଫିସର ଓ ସୋନପୁର ଜିଲ୍ଲା ପୋଲିସ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.