ନିର୍ବାଚନୀ ହିଂସା: ବ୍ଲକ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଓଡ଼ିଆ ବାର୍ତ୍ତା/ ନାରାୟଣପୁର: ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ସମୟରେ ଛତିଶଗଡ଼ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ନାରାୟଣପୁରରେ ବ୍ଲକ କଂଗ୍ରେସ ଉପାଧ୍ୟକ୍ଷ ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଅଜଣା ବ୍ୟକ୍ତି। ସୋମବାର ରାତି ପ୍ରାୟ ୯ଟାରେ ରାସ୍ତାରେ ବିକ୍ରମଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୁଳି କରିଥିଲେ । ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ହୋଇଯାଇଛି । ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି। ଆକ୍ରମଣ ହେବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ଟିମ୍।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.