ହୁତୁ ହୂତୁ ନିଆଁରେ ଜଳିଗଲା ରୁପ୍ରାରୋଡର ସ୍ୱର୍ଗତ ରାମ ପ୍ରସାଦଙ୍କ ଘର

ଛାତରେ ଥିବା କାର୍ଟୁନ୍ ରେ ପ୍ରଥମେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ନର୍ଲା ଅଞ୍ଚଳ ୪୩ ଡ଼ିଗ୍ରୀ ଉତ୍ତାପରେ ସିଝୁଥିବା ବେଳେ ରୁପ୍ରାରୋଡ ରାମ ପ୍ରସାଦ ଅଗ୍ରୱାଲଙ୍କ ଘରେ ନିଆଁ ଲାଗି ଅନେକ କ୍ଷୟ କ୍ଷତି ହୋଇଥିବା ଜଣାପଡ଼ିଛି। ଖବର ନେବାରୁ ଜଣା ପଡିଛି ଯେ ଶ୍ରୀ ଅଗ୍ରୱାଲଙ୍କ ଘର ଛାତରେ ରଖା ଯାଇଥିବା କାର୍ଟୁନ୍ ଗୁଡିକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଳ୍ପ କ୍ଷଣ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ସୁରେଶ, ଗୁଡ଼ିଆ, ପ୍ରକାଶ ବାରିକ, ପ୍ରବୀର ବାରିକ, ମୁକେଶ ଅଗ୍ରୱାଲ, ସତିଶ ଅଗ୍ରୱାଲ, ତୁଷାର, ସମୟା ପ୍ରମୁଖଙ୍କ ସମେତ ଘର ଲୋକେ, ପଡୋଶୀ ନିଆଁ ଲିଭାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥଲେ। ହେଲେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ। ରୁପ୍ରାରୋଡ ମାରୱାଡ଼ି ଯୁବାମଞ୍ଚର ପୂର୍ବତନ ସଭାପତି ତଥା ସମାଜସେବୀ ବଣ୍ଟି ଖେତାନ ନର୍ଲା ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ଦେବାପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଲେଇଥିବା ଜଣାପଡ଼ିଛି। ମଧ୍ୟାହ୍ନ ୧.୩୦ ସମୟରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ଖବର ଲେଖିବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଆଉ ଘଣ୍ଟାଏ ସମୟ ଲଗାଯାଇ ପାରେ ବୋଲି ଅନୁମାନ କରାଯାଉଥିବା ଜଣା ପଡିଛି। ଏହି ଅଗ୍ନି କାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥାଇ ପାରେ ବୋଲି ଅନୁମାନ କରଯାଉଥିବା ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.