ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଂଗ୍ରେସ ସପକ୍ଷରେ ପ୍ରଚାର କରିବାକୁ ଆଜି ଓଡ଼ିଶା ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ। ସେ ଓଡ଼ିଶାରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ କହିଛନ୍ତି, ଓଡ଼ିଶାରେ ନିର୍ବାଚନ କଂଗ୍ରେସ-ବିଜେଡି ମଧ୍ୟରେ, କାରଣ ବିଜେଡି ବିଜେପି ଏକ। ବିଜେପିକୁ ବିଜେଡିର ସମର୍ଥନ ଏହା କ’ଣ ଅସତ୍ୟ ବୋଲି ପ୍ରଶ୍ନ କରିଛନ୍ତି ଜୟରାମ। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ଜୟରାମ। ଶ୍ରମିକ, କୃଷି ବିରୋଧୀ ଆଇନକୁ ସମର୍ଥନ କରୁ ନାହାନ୍ତି କି? ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କ ବିକାଶ ଚାହୁଁଛନ୍ତି ତ? ଆଦିବାସୀ ଜଙ୍ଗଲ ଅଧିକାର ଓ ପେଶା ଆଇନକୁ ସମ୍ପୂର୍ଣ୍ଣ ଲାଗୁ କରୁନାହାନ୍ତି? ଚିଟ୍ ଫଣ୍ଡ, ମାଇନିଂ ଦୁର୍ନୀତିରେ ସାମିଲ ନୁହଁନ୍ତି କି, ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ରମେଶ।