ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ମାଟ୍ରିକ ଫଳାଫଳ : ସ୍ୱୟଂସ୍ୱାଗତ କର ଟପ୍ପର, ଦ୍ୱିତୀୟରେ ଲକ୍ଷ୍ମୀ ଅଗ୍ରୱାଲ ଓ ତୃତୀୟ ସ୍ଥାନରେ ମୌଷୁମୀ ପଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ଆଦର୍ଶ ବିଦ୍ୟାଳୟର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ଆଦର୍ଶ ବିଦ୍ୟାଳୟରେ ମାଟ୍ରିକରେ ନର୍ଲାରୋଡର ସ୍ୱୟଂସ୍ୱାଗତ କର ୯୪.୪ ପ୍ରତିଶତ ମାର୍କରଖି ଟପ୍ପର ହୋଇଥିବା ବେଳେ ରୁପ୍ରାରୋଡର ଲକ୍ଷ୍ମୀ ଅଗ୍ରୱାଲ ୯୪.୨ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ସ୍ଥାନ ଓ ତିତ୍କେଲାର ମୌଷୁମୀ ପଧାନ ୯୨.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ସ୍ୱୟଂ ସ୍ୱାଗତ କର ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଓ ଶିକ୍ଷୟତ୍ରୀ ସସ୍ମିତା ଦାସଙ୍କ ସୁପୁତ୍ର ଅଟନ୍ତି। ସ୍ୱୟଂସ୍ୱାଗତ କର ପୂର୍ବରୁ ବିଜ୍ଞାନ ମେଳା ଆଦିରେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ପୁରସ୍କୃତ ହୋଇଛନ୍ତି। ସେ ସର୍ବମୋଟ ୫୦୦ ମାର୍କରୁ ୪୭୨ ପାଇ ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ଗଣିତ ବିଷୟରେ ୧୦୦ ରୁ ୧୦୦ ମାର୍କ ରଖିଛନ୍ତି। ସ୍ୱୟଂସ୍ୱାଗତ କରଙ୍କ ସମେତ ଦୁଇ ଛାତ୍ରୀ ଲକ୍ଷ୍ମୀ ଅଗ୍ରୱାଲ ଓ ସ୍ମୃତିରେଖା ମହାନ୍ତି ମଧ୍ୟ ଗଣିତ ବିଷୟରେ ୧୦୦ ରୁ ୧୦୦ ମାର୍କ ରଖି ରେକର୍ଡ କରିଥିବା ଜଣାପଡିଛି। ନର୍ଲା ଆଦର୍ଶ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ତୃତୀୟ ସ୍ଥାନ ହାସଲ କରିଥିବା ମୌଷୁମୀ ପଧାନ ତିତ୍କେଲାର ନବୀନ କୁମାର ପଧାନ ଓ ରୀତା ପଧାନଙ୍କ ସୁପୁତ୍ରୀ ଅଟନ୍ତି। ସେହିଭଳି ନର୍ଲା ଆଦର୍ଶ ବିଦ୍ୟାଳୟର ସ୍ମୃତିରେଖା ମହାନ୍ତି ୯୧.୮ପ୍ରତିଶତ ମାର୍କ ରଖିଥିବା ବେଳେ, ସ୍ୱାଗତ ସାହୁ ୯୦.୪ ମାର୍କ ରଖି ପଞ୍ଚମ ସ୍ଥାନରେ ରହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ଆଦର୍ଶ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ ଜଣ ପାସ କରିଥିବା ବେଳେ ୫ ଜଣ କମ୍ପାର୍ଟମେଣ୍ଟାଲ ପାଇଥିବା ସୂଚନା ମିଳିଛି। ନର୍ଲା ଆଦର୍ଶ ବିଦ୍ୟାଳୟର କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମାଙ୍କୁ ଏହାର ଶ୍ରେୟ ଦେଉଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ଖମାରୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟାଳୟର ଗଣିତ ଶିକ୍ଷକ ରାଜକିଶୋର ରଣା ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଖୁସିବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.