ସୁପ୍ରିୟା ସାହୁ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟରେ ପ୍ରଥମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ ବଲାଙ୍ଗୀର (ହେମନ୍ତ ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଚନ୍ଦ୍ରପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ସୁପ୍ରିୟା ସାହୁ । ଚଳିତବର୍ଷ ଦଶମ ଶ୍ରେଣୀରେ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ସୁପ୍ରିୟାଙ୍କ ବିଜ୍ଞାନ ୯୫, ସାମାଜିକ ବିଜ୍ଞାନ ୯୫, ଗଣିତ ୧୦୦, ଓଡ଼ିଆ ୧୦୦ ଓ ଇଂରାଜୀରେ ୯୦ ନମ୍ବର ସହିତ ୪୮୦ (୯୬.୦୦%) ନମ୍ବର ରଖି ସୁପ୍ରିୟା କୃତିତ୍ୱ ହାସଲ କରିଛନ୍ତି । ଭବିଷ୍ୟତରେ ସେ ଜଣେ ସଫଳ ଡାକ୍ତର ହୋଇ ସମାଜରେ ଦରିଦ୍ର୍ୟତା କାରଣରୁ ବଞ୍ଚିତ ହେଉଥିବା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବି ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ତାଙ୍କ ବାପା ଶରତ ଚନ୍ଦ୍ର ସାହୁ ଜଣେ ବ୍ୟବସାୟୀ ଭାବେ କାର୍ଯ୍ୟରତ ଥିବାବେଳେ ମାଁ ସୁବର୍ଣ୍ଣ ସାହୁ ଗୃହିଣୀ ଅଟନ୍ତି । ଏହିି ସଫଳତା ପାଇଁ ସୁପ୍ରିୟା ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କୁ ସମସ୍ତ ଶ୍ରେୟ ଦେଇଥିବା ବେଳେ ସୁପ୍ରିୟାଙ୍କୁ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.