ନିର୍ବାଚନ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଶିକ୍ଷକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଇ ନିର୍ବାଚନୀ ସାମଗ୍ରୀ ପ୍ରଦାନ ବେଳେ ଗୁରୁତର ହେଇ ଜଣେ ଶିକ୍ଷକଙ୍କ ପରଲୋକ ହୋଇଛି । ପ୍ରାପ୍ତ ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୌଡ଼ ପଡାର ବାସିନ୍ଦା ତଥା କର୍ଲାମୁଣ୍ଡା ବ୍ଲକ୍ ରେଗେଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମକରଧ୍ବଜ ନାଗ(୫୩) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ତେବେ ନିର୍ବାଚନ ସାରି ଧର୍ମଗଡ଼ରେ ନିର୍ବାଚନ ସାମଗ୍ରୀ ପ୍ରଦାନ କେନ୍ଦ୍ରରେ ନିର୍ବାଚନୀ କାଗଜ ପତ୍ର ଓ ସାମଗ୍ରୀ ପ୍ରଦାନ ପୂର୍ବରୁ ଅସୁସ୍ଥ ଅନୁଭବ କରିବା ସହିତ ସେଠାରେ ଚେତାଶୁନ୍ୟ ହୋଇ ପଡ଼ିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଜୁନାଗଡ଼ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡାକ୍ତର ଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଗତକାଲି ସନ୍ଧ୍ୟାରେ ତାଙ୍କରି ପରଲୋକ ଘଟିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ମର ଶରୀର ହସ୍ତାନ୍ତର କରା ଯିବ ବୋଲି ଜଣା ପଡିଛି । ସ୍ବର୍ଗତ ନାଗ ଅବସର ପ୍ରାପ୍ତ ଶିକ୍ଷକ ସୁଗ୍ରୀବ ନାଗ ଙ୍କ ଜେଷ୍ଠ ପୁତ୍ର ହେଇଥିବା ବେଳେ ପରିବାର ରେ ପୁଅ, ଝିଅ ଓ ପତ୍ନୀ ରହିଛନ୍ତି । ଏହି ଖବର ପ୍ରଚାର ହେବା ପରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.