ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦିଲ୍ଲୀ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଓ ବାଣିଜ୍ୟ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଗତି ଶିକ୍ଷ୍ୟାନୁଷ୍ଠାନରେ ପ୍ରଗତି ଆଇଆଇଟି ନିଟ ପ୍ରୋଗ୍ରାମର ଶ୍ରୀମାନ ଦେବାଶିଷ ମିଶ୍ର ୯୬.୪% ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଥିବା ବେଳେ ଅରମାନ ପଣ୍ଡା ୯୩.୨%, ପ୍ରତୀକ କୁମାର ପଣ୍ଡା ୯୨.୪%, ସ୍ମୃତି ଅଗ୍ରୱାଲ ୯୨.୨%, ପ୍ରମୋଦ ବାଗ ୯୧%, ମିଲନ ମେହେର ୯୦.୬%, ବଜାରୁ ଵାଲା ଭାର୍ଗଭି ରାଓ ୮୯.୬%, ରାଶେଷ କୁମାର ତ୍ରିପାଠୀ ୮୯.୪%, ପ୍ରଦୀପ୍ତ କୁମାର ସାହୁ ୮୯.୪% ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହେବା ସହିତ ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରସଂଶା କରିଛନ୍ତି। ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା ଏବଂ ସମ୍ପାଦକ ଅଜୟ କୁମାର ପଣ୍ଡା ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜଣେଇଛନ୍ତି।