ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ଵାଦଶ ପରୀକ୍ଷା ଫଳ: ଦୀପିକା ପ୍ରଥମ, କାର୍ତ୍ତିକ ଦ୍ୱିତୀୟ, ଅଂଶୁମାନ ତୃତୀୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦ୍ଵାଦଶ ଶ୍ରେଣୀର ତିନିଜଣ ଛାତ୍ର ଛାତ୍ରୀ । ଚଳିତବର୍ଷ ଦ୍ଵାଦଶ ଶ୍ରେଣୀରେ ମଦନପୁର ଆଦର୍ଶ ବିଦ୍ୟାଳୟର ଦୀପିକା ଧଙ୍ଗଡା ମାଝୀ (୪୭୩/୫୦୦, ୯୪.୬%) କାର୍ତ୍ତିକା ସ୍ବାଇଁ ( ୪୬୫/୫୦୦,୯୩.୦୦%) ଓ ଅଂଶୁମାନ ବିଶ୍ଵାଳ (୪୬୪/୫୦୦,୯୨.୯୮%) ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖି କୃତିତ୍ୱ ହାସଲ କରିଛନ୍ତି । ଏହିି ସଫଳତା ପାଇଁ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କୁ ସମସ୍ତ ଶ୍ରେୟ ଦେଇଥିବା ବେଳେ କୃତୀ ଛାତ୍ର ଛାତ୍ରୀଙ୍କୁ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.