ବିଶ୍ଵଶାନ୍ତି ମହାଭାରତ ମହାଯଜ୍ଞରେ ସରବତ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ କାଳିଆକୁଣ୍ଡଳ ଗ୍ରାମ ପଞ୍ଚାୟତ ସ୍ଥିତ କେଲିଆ ଜଙ୍ଗଲ ବାବା ଅନନ୍ତ ହରି ହର ସେବାଶ୍ରମ ମୁଣ୍ଡିଗୁଡାରେ ବାବା ଶରଣଦ ମହାରାଜ ଓ ବ୍ୟାସ ପ୍ରଦିପ୍ତ ତ୍ରିପାଠୀଙ୍କ ଦ୍ୱାରା ଗୋଟିଏ ମାସ ଧରୀ ଚାଲୁଥିବା ବିଶ୍ଵଶାନ୍ତି ମହାଭାରତ ମହାଯଜ୍ଞ ଆଜି ୨୩ଦିନରେ ପହଂଚିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାଭାରତରେ ଯୋଗଦେଇ ସକାଳ ୬ ରୁ ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ମହାପୁରାଣ ଶୁଣିବା ସହ ପ୍ରସାଦ ସେବନ କରୁଛନ୍ତି। ଏହି ଅବସରରେ ଗୁରୁବାର ନରେଶ ବଗର୍ତ୍ତୀ, ଲିପୁନ, ବଂଶୀକା, ଆଦ୍ୟାଶାଙ୍କ ମିଳିତ ସହଯୋଗରେ ସରବତ ବଣ୍ଟନ କରାଯାଇଛି। ଏଠାରେ ମୁଖ୍ୟକର୍ତ୍ତା ଭାବେ ସୁଜ୍ଞାନ ରଞ୍ଜନ ବାବୁ ଓ ତାଙ୍କ ଧର୍ମପତ୍ନୀ ପଲ୍ଲବି ବାବୁ ଦାଇତ୍ୱ ନିର୍ବାହ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.