ଭରୁଆମୁଣ୍ଡାଠାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଭରୁଆମୁଣ୍ଡା ଠାରେ ଆଜି ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଗତକାଲି ଶତାଧିକ ମହିଳା ମାନଙ୍କୁ ନେଇ କଳସ ଯାତ୍ରା ହେଇଥିବା ବେଳେ ଆଜି ସକାଳ ୬ ଘଣ୍ଟାରୁ ହରିନାମ ସଂକିର୍ତ୍ତନ ରେ ଗୁଞ୍ଜରିତ ହେଉଛି ଗ୍ରାମ। ଏହି ଅଷ୍ଟ ପ୍ରହରୀ ନାମଯଜ୍ଞରେ ୭ଗୋଟି ଦଳ ଯୋଗ ଦେଇଛନ୍ତି। ପୂଜକ ଭାବରେ ହରେକୃଷ୍ଣ ମିଶ୍ର ଓ ସହଯୋଗୀ ଦାୟିତ୍ୱ ସମ୍ପାଦନ କରୁଛନ୍ତି‌। ତୁଲସୀରାମ ବାଗ ଓ ତାଙ୍କ ଧର୍ମପତ୍ନୀ ପାର୍ବତୀ ବାଗ ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ସମାଜସେବୀ ଗୌରଚନ୍ଦ୍ର ବାଗ ସୂଚନା କେନ୍ଦ୍ର ଦାୟିତ୍ୱ ତୁଲାଉଥିବା ବେଳେ ସଭାପତି ପରମେ ନିଆଲ, ଉପ ସଭାପତି କ୍ରୁଷ୍ଣଚନ୍ଦ୍ର ବାଗ, ସଂପାଦକ ଗଜେନ୍ଦ୍ର ବାଗ, ସହ ସଂପାଦକ ଜମ୍ବୁଧର ବାଗ, କୋଷାଧ୍ୟକ୍ଷ ଥବିର ଚନ୍ଦନୀ ସହିତ ଭାରତ ନିଏଲ, ଲମ୍ବୋଦର ନିଏଲ, ଦୁର୍ଯନ ବାଗ, ରାଧେଶ୍ୟାମ ନିଏଲ, କମଲୁ ନିଏଲ, ମହେଶ ବାଗ, ଚିରଞ୍ଜିବୀ ବାଗ, ନିରଞ୍ଜନ ନିଏଲ, ଖଗେଶ୍ୱର ଚନ୍ଦନୀ, ଅମ୍ରୁତ ବାଗ, କାହ୍ନୁ ନିଏଲ ପ୍ରମୂଖ ସହଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.