ଆପଣମାନେ ‘ଝାଡ଼ୁ’ ବଟନ୍‌ ଦବାଇଲେ ମୋତେ ଜେଲ୍‌ ଯିବାକୁ ପଡ଼ିବନି -କେଜ୍ରିୱାଲ

ଓଡ଼ିଆ ବାର୍ତ୍ତା/ କୁରୁକ୍ଷେତ୍ର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହରିୟାଣାର କୁରୁକ୍ଷେତ୍ରରେ ଏକ ରୋଡ୍‌‌ସୋ କରି ଆପ୍‌କୁ ଭୋଟ୍‌ ଦେବାପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଯଦି ଆପଣମାନେ ବିଜେପି ଚିହ୍ନ ‘ପଦ୍ମ’ ବଟନ୍‌ ଦବାଇବେ ତେବେ ମୁଁ ପୁଣିଥରେ ଜେଲ୍‌ ଯିବି। ଯଦି ଆପଣମାନେ ‘ଝାଡ଼ୁ’ ଚିହ୍ନ ଥିବା ବଟନ୍‌ ଦବାଇବେ ତେବେ ମୋତେ ଜେଲ୍‌ ଯିବାକୁ ପଡ଼ିବନି ବୋଲି କେଜ୍ରିୱାଲ କହିଛନ୍ତି।କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମୁଁ ଔଷଧ ମାଗଣା କରିଦେଲି କିନ୍ତୁ ମୋତେ ଜେଲ୍‌ରେ ଇନ୍‌ସୁଲିନ ମିଳିଲାନି। ମୁଁ ଜଣେ ମଧୁମେହ ରୋଗୀ ଏବଂ ଦୈନିକ ୫୨ ୟୁନିଟ ଇନ୍‌ସୁଲିନ ନେଇଥାଏ। କିନ୍ତୁ ତିହାର ଜେଲ୍‌ରେ ସେମାନେ ମତେ ୧୫ ଦିନ ପର୍ଯ୍ୟନ୍ତ ଇନ୍‌ସୁଲିନ ଦେଲେନାହିଁ। ରୋଡ୍‌ସୋ ସମୟରେ ଆଜି କେଜ୍ରିୱାଲଙ୍କ ସହ ଆପ୍‌ ଲୋକସଭା ପ୍ରାର୍ଥୀ ସୁଶୀଲ ଗୁପ୍ତା ଥିଲେ। ବିଜେପିକୁ କଟାକ୍ଷ କରି କେଜ୍ରିୱାଲ କହିଛନ୍ତି, ବିଜେପି ତାଙ୍କୁ ଜେଲ୍‌କୁ ପଠାଇଦେଲା କାରଣ ବିଜେପି ତାଙ୍କୁ ଭୟ କରୁଛି। ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେଲା ଏବଂ ସେମାନେ ମାର୍ଚ୍ଚ ୨୧ ତାରିଖରେ ମୋତେ ଜେଲ୍‌ ପଠାଇଦେଲେ। ଏହାର ଅର୍ଥ ହେଉଛି ମୁଁ ପ୍ରଚାର କରେ ବୋଲି ସେମାନେ ଚାହୁନଥିଲେ। ଉଲ୍ଲେଖଯୋଗ୍ୟ, ଜାମିନରୁ ବାହାରିବାପରେ କେଜ୍ରିୱାଲଙ୍କର ହରିୟାଣାକୁ ଏହା ପ୍ରଥମ ଗସ୍ତ। ଆପ୍‌ ସୁପ୍ରିମୋଙ୍କୁ ମେ’ ୧୦ ତାରିଖରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଂଜୁର କରିଥିଲେ। ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜାମିନ ମିଳିଛି। ଜୁନ୍‌ ୨ ତାରିଖରେ କେଜ୍ରିୱାଲ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.