୨୦ ରୁ ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଆସନ୍ତା ମଇ ୨୦ ସୋମବାର ଦିନଠୁଁ ଆରମ୍ଭ ହେବ। ଏଥିପାଇଁ ସର୍ଗିଗୁଡା ଗ୍ରାମ ଉତ୍ସବ ମୁଖର ହୋଇଉଠିଥିବା ବେଳେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୨୪ ପ୍ରହର ନାମଯଜ୍ଞ କିଭଳି ସୁ-ବ୍ୟବସ୍ଥିତ ଭାବରେ ଚାଲି ପାରିବ ସେନେଇ ବାରମ୍ବାର ବ୍ୟବସ୍ଥା ବୈଠକ ସବୁ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଭାବରେ ଅପ୍ରେଲ ୨୬ ରେ ଯଜ୍ଞ ମଣ୍ଡପ ସମ୍ମୁଖରେ ଶୁଭସ୍ତମ୍ଭ ସ୍ଥାପନା କରାଯାଇଥିଲା। ମଣ୍ଡପରେ ରଙ୍ଗମରା ସରିଯାଇଥିବା ବେଳେ ଚାଲିଛି ଛାମୁଡିଆ ପ୍ରସ୍ତୁତି କାର୍ଯ୍ୟକ୍ରମ। ନାମଯଜ୍ଞ ପାଇଁ ଆସନ୍ତା ୧୯ ରବିବାର ଅପରାହ୍ନ ରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ କୁଶଳୀ ବ୍ୟକ୍ତି ବିଶେଷ ରହି କାର୍ଯ୍ୟ ସମ୍ପାଦନ କରିବେ। ଏଥିପାଇଁ ବୁଧବାର ସଂଧ୍ୟାରେ ନାମଯଜ୍ଞ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ବିଭାଗ ବଣ୍ଟନ ପ୍ରକ୍ରୀୟା ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ନାଗରିକ ଗିରିଧାରୀ ଗଉଡ, ବୀରକିଶୋର ମାଝୀ, ଜହରଲାଲ ବିଶ୍ୱାଳ, ସନାତନ ବିଶ୍ୱାଳ. ଜଗମୋହନ ପଧାନ ଭକ୍ତଚରଣ ନାଏକ ଓ ତ୍ରୀଲୋଚନ ନାଏକଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଯଜ୍ଞକର୍ତ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ବେହେରା ଦମ୍ପତିଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି। ପୂଜକ ପଣ୍ଡିତ ଭାବରେ ସିନାପାଲିର ନାରାୟଣ ମିଶ୍ର, ପୂଜା ପାଚକ ଭାବରେ ଭଟାଖମାରର ନାରାୟଣ ପାଢୀ, ଜପକ ଭାବରେ ବୃନ୍ଦାବନ ମିଶ୍ର, ଜପକ ସହଯୋଗୀ ଭାବରେ ମଳୟ କୁମାର ପଣ୍ଡା ପ୍ରମୁଖ ଦାଇତ୍ୱ ସମ୍ପାଦନ କରିବେ। ଅନ୍ନଛତ୍ରର ପାଚକ ଭାବରେ ସୁଶାନ୍ତ ମିଶ୍ରଙ୍କ ଟିମ କୁ ଦାଇତ୍ୱ ଅର୍ପଣ କରିଛି ପରିଚାଳନା କମିଟି। ଏହି ବୈଠକରେ ଅନ୍ନଛତ୍ର ପରିଚାଳନା, ଅନ୍ନ ପରିବେଷଣ, ପୂଜା ପରିଚାଳନା, ଜଳପାନ ପ୍ରଦାନ, ପ୍ରସାଦ ବଣ୍ଟନ, ଫୁଲଚନ୍ଦନ ଅର୍ପଣ, ଅତିଥି ସ୍ୱାଗତ, ଦଳ ଡାକିବା, ପାନୀୟ ଜଳର ବ୍ୟବସ୍ଥା, ସଂକୀର୍ତ୍ତ ମଣ୍ଡଳୀକୁ ସ୍ୱାଗତ ବ୍ୟବସ୍ଥା ପ୍ରଭୃତିରେ କେଉଁମାନେ ଦାଇତ୍ୱ ନିର୍ବାହନ କରିବେ ତାହା ସ୍ଥିରିକୃତ ହୋଇଥିଲା। ବୈଠକରେ ଯଜ୍ଞ ପରିଚାଳନା କମିଟିର ସମ୍ପାଦକ ଲଳିତ ପଧାନ ବିବରଣୀ ପଠନ ଓ ପ୍ରସ୍ତାବ ଗୁଡିକ ଲିଖନ କରିଥିବା ବେଳେ କୋଷାଧ୍ୟକ୍ଷ ଜତୀନ୍ଦ୍ର ସାହୁ, ଭବାନୀଶଙ୍କର ବାଗ, ସମୀର କୁମାର ନାଏକ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିରଞ୍ଚି ମାଝୀ, ବସନ୍ତ ପୋଢ, ନିକୁଞ୍ଜ ବିହାରୀ ନାଗ, ସୁରେଶ ବିଶ୍ୱାଳ, ପ୍ରଦୀପ କୁମାର ନାଏକ, ପ୍ରଫୁଲ୍ଲା କୁମାର ନାଗ, ଅର୍ଚ୍ଛୁତ ପଧାନ, ବିଜୟ ନାଏକ, ବସନ୍ତ ମିଶ୍ର, ଗଜୀନ୍ଦ୍ର ମାଝୀ ପ୍ରମୁଖଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଓ ଯୁବକ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ସର୍ଗିଗୁଡା ସମସ୍ତ ସାହିର ସଦସ୍ୟ ମାନେ ଏହି ବିଭାଗ ବଣ୍ଟନ ବୈଠକରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.