ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ତ୍ରିନାଥ ଠାକୁରଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗାଁର ଶତାଧିକ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକିର୍ତନ, ଘଣ୍ଟ, ଶଙ୍ଖ, ହୁଳହୁଳିରେ ବାହାରି ସ୍ଥାନୀୟ ଶିବମନ୍ଦିର ସ୍ଥିତ କକର୍ଲା ଜଳାଶୟ ଠାରୁ ୧୦୮ ଗୋଟି କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଶୁକ୍ରବାର ଠାରୁ ଯଜ୍ଞକର୍ମ ଆରମ୍ଭ ସହିତ ହୋମ ଓ ସଂଧ୍ୟା ଆଳତି ଆଦି ଅନୁଷ୍ଠିତ ହେବକୁ ଥିବାବେଳେ ସୋମବାର ଦେବତା ପ୍ରାଣ ପ୍ରତିଷ୍ଠା ନ୍ୟାସ, ଦେବତା ନଗର ପରିକ୍ରମା, ପୂର୍ଣ୍ଣାହୁତି, ପ୍ରସାଦ ସେବନ ସହିତ ପୂଜାର୍ଚ୍ଚନା ଶେଷ ହେବ। ଏଥିରେ କର୍ତ୍ତା ଭାବେ ବିଘ୍ନରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ସରୋଜା ସାହୁ କ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ମୁଖ୍ୟ ପୂଜକ କୈଳାସ ଚନ୍ଦ୍ର ଦାସ ପୂଜାର୍ଚ୍ଚନା କରୁଥିବା ବେଳେ ମାୟାଧର ସତପଥି, ପ୍ରଶାନ୍ତ କୁମାର ଦାସ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି। ତ୍ରିନାଥ ମନ୍ଦିର କମିଟି ସଭାପତି ମନୋରଂଜନ ବିଶି, ସମ୍ପାଦକ ଧବଳେଶ୍ଵର ଠେଲା, କୋଷାଧ୍ୟକ୍ଷ ତ୍ରିଲୋଚନ ସତପଥି, ଗାଁ ଗୈାତିଆ ପ୍ରଦିପ ଘଡ଼େଇ, ବନ ଦଳେଇ,ତରୁଣ ଦାସ, ମାଧବ ଦଣ୍ଡସେନା, ଗୌତମ ଦଣ୍ଡସେନା, କୃପାସିନ୍ଧୁ ସାହୁ, ଫକିର ପ୍ରଧାନୀ, ବବୁରୁ ଘଡ଼େଇଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।