ଦିବ୍ଯଦର୍ଶନ ପରିବାର ପକ୍ଷରୁ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପୁସ୍ତକ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଦିବ୍ଯଦର୍ଶନ ସଂଘ ପରିବାର ତରଫରୁ ସଦଗୁରୁ ଶ୍ରୀ ଅର୍ଜୁନଙ୍କ ଦ୍ବାରା ଲିଖିତ ଓ ପ୍ରକାଶିତ ପୁସ୍ତକ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଦିବ୍ଯଦର୍ଶନ ଆଶ୍ରମ ଶାଖାରୁ ଶ୍ରୀଯୁକ୍ତ ବଂଶୀଧର ମହାରଣା ଓ ତାଙ୍କର ସହଧର୍ମିଣୀ ଟୁନି ମହାରଣା, ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଭେଟି ସଦଗୁରୁ ଶ୍ରୀ ଅର୍ଜୁନଙ୍କ ଦ୍ବାରା ପ୍ରକାଶିତ ପୁସ୍ତକମାନ ଯଥା ‘ଅମୃତ ଧାରା’, ‘ଦିବ୍ଯଦର୍ଶନ’, ‘ଇଗ୍ନୋରାନ୍ସ ସିନ୍ସ ଆଣ୍ଡ ସଫରିଙ୍ଗସ’, ‘ଟ୍ରୁଥ ନଲେଜ ଆଣ୍ଡ ବ୍ଲିସ୍’, ‘ଅମୃତ ବିନ୍ଦୁ’ ଆଦି ପୁସ୍ତକ ପ୍ରଦାନ କରିଥିଲେ। ଏହି ପୁସ୍ତକଗୁଡିକୁ ବିଶ୍ୱବିଦ୍ୟାଳୟର ମୁଖ୍ଯ ପାଠାଗାରରେ ସ୍ଥାନ ଦେବାକୁ ଅନୁରୋଧ କରି ଶ୍ରୀଯୁକ୍ତ ମହାରଣା କୁଳପତି ପ୍ରଫେସର ତ୍ରିପାଠୀଙ୍କୁ ପୁସ୍ତକ ଗ୍ରହଣ ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.