ପୁରୁଷୋତ୍ତମପୁର ଜେଏମଏଫସି କୋର୍ଟର ପ୍ରତିଷ୍ଠା ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ଜେଏମଏଫସି କୋର୍ଟର ପ୍ରତିଷ୍ଠା ଦିବସ ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଉପସଭାପତି ଦୁର୍ଗା ଚରଣ ଦାଶ, ସହସମ୍ପାଦକ ନିରଞ୍ଜନ ବେହେରାଙ୍କ ସମ୍ପାଦନାରେ ଏବଂ ସମସ୍ତ ଓକିଲ ସଦସ୍ୟ ମାନଙ୍କ ସହଯୋଗରେ 32 ବର୍ଷ ତଳେ ବିଜୁ ପଟନାୟକ ଙ୍କ ସମୟରେ 1992 ମସିହାରେ ହୋଇଥିବା ଏହି କୋର୍ଟ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି | ବୈଠକ ଆରମ୍ଭରେ ଓଡିଶା ହାଇକୋର୍ଟ ବାର କାଉନସିଲର ଏଜକୁଟିଭ ମେମ୍ବର ତଥା ଓଡିଶା ଲଏର ଆସୋସିଏସନର ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ତାଙ୍କୁ ପୁଷ୍ଗଗୁଚ୍ଛ ଓ ଉପଢୌକନ ଦେଇ ସଭାପତି ସମ୍ବର୍ଦ୍ଧିତ କରିଥିଲେ | ଓକିଲ ମାନଙ୍କ ବୈଠକରେ ପୁରୁଷୋତ୍ତମପୁରରେ ଏକ ସବ ଜେଲ ପ୍ରତିଷ୍ଠା ପାଇଁ ଦାବି କରିବା ପାଇଁ ସ୍ତିର କରାଗଲା | ଓ ହାଇକୋର୍ଟକୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାଇ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟର କେମ୍ପ କୋର୍ଟ ପୁରୁଷୋତ୍ତମପୁର ଠାରେ କରିବା ପାଇଁ ହାଇକୋର୍ଟ ଓ ଜିଲ୍ଲା ଜର୍ଜ କୋର୍ଟ ସହ ସମ୍ପର୍କ ରକ୍ଷା ପଇଁ ସଭାପତି ଓ ସମ୍ପାଦକ ପ୍ରସ୍ତାବ ଦେଲେ | ଏବଂ ବୈଠକରେ ବର୍ତମାନ କନକା ଠାରେ ତିଆରିହେବାକୁ ଥିବା ଜେ ଏମ ଏଫ ସି ଓ ଏଡିଜେ କୋର୍ଟତି ଆରିହେଉ ଥିବା ସ୍ଥାନବନ୍ୟା ପ୍ଲାବିତ ଅଞ୍ଚଳ ଥିଲା | ବର୍ତମାନ କୂଳହୁଡ଼ା ତିଆରି ହୋଇ ଥିଲେମଧ୍ୟ ସେହି ଅଞ୍ଚଳରେ ବନ୍ୟା ଓବର୍ଷା ପାଣିଜମି ରହୁଥିବାର ନଜିର ରହିଛି | ତେଣୁ କୋର୍ଟ ଏବଂ କ୍ଵାଟର ବିଲଡିଙ୍ଗରୋଡ଼ ଠାରୁ ବହୁ ଉଚ୍ଚ ତାରେ ଏବଂ ସୁଦୃଢ ସହ ଭଲ ଭାବେ ତିଆରି କରିବାକୁ ସଭାପତି ପୂର୍ତ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ କଥାବାର୍ତ୍ତା କରିବେ, ଏବଂ ବାର କାଉନ ସିଲ ର ଲେଟର ପେଡ ରେ ମଧ୍ୟ ଲେଖିଦିଆଯିବ ବୋଲି ପ୍ରସ୍ତାବ ଦେଇ ଛନ୍ତି | ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ଓକିଲ ଉପେନ୍ଦ୍ର ପଣ୍ଡା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କ ସହ ବାସୁଦେବ ଜେନା, ପ୍ରଦୋଷ କୁମାର ବାହିନୀ ପତି, ଦେବେନ୍ଦ୍ର ମହାପାତ୍ର, ଅରୁଣ କୁମାର ପଣ୍ଡା, ଦୁର୍ଗା ଚରଣ ଦାଶ (ଲିଟୁ), ବାସୁଦେବ ମହାପାତ୍ର, ଗୌରୀ ଶଙ୍କର ରାଉଳ, ରଞ୍ଜନ କୁମାର ଦାଶ, ଅନିଲ କୁମାର ପଣ୍ଡା, ନିରଞ୍ଜନ ବେହେରା,ପ୍ରଭାତପଟନାୟକ, ରାମ ଚନ୍ଦ୍ର ଆଚାର୍ଯ୍ୟ,ସିମାଞ୍ଚଳ ମିଶ୍ର, ସୀତାରାମ ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ, ସଦାଶିବ ପଣ୍ଡା, ଦୟାନିଧି ପଣ୍ଡା, ଲଡ଼ୁ କିଶୋର ପଣ୍ଡା, ଇନ୍ଦ୍ରମଣୀ ଦଳେଇଙ୍କ ସହ ବହୁ ଓକିଲ ମାନେ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.